'ପିଏମ୍‌ ଗତିଶକ୍ତି-ନ୍ୟାସ୍‌ନାଲ୍‌ ମାଷ୍ଟର୍‌ ପ୍ଲାନ୍‌' ଉନ୍ମୋଚିତ, ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବ 100 ଲକ୍ଷ କୋଟି ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜଧାନୀ ଦିଲ୍ଲୀରେ 'PM Gati Shakti National Master Plan'ର ଉନ୍ମୋଚନ କରିଛନ୍ତି । ପ୍ରାୟ 100 ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପ ଦେଶର ଭିତ୍ତିଭୂମି ମଡେଲକୁ ଏକ ନୂଆ ଦିଗ ଦେବ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜଧାନୀ ଦିଲ୍ଲୀରେ 'PM Gati Shakti National Master Plan'ର ଉନ୍ମୋଚନ କରିଛନ୍ତି । ପ୍ରାୟ 100 ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପ ଦେଶର ଭିତ୍ତିଭୂମି ମଡେଲକୁ ଏକ ନୂଆ ଦିଗ ଦେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ଆତ୍ମନିର୍ଭରଶୀଳ ଭାରତ' ମିଶନ ଦୃଷ୍ଟିରୁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଏହି ପ୍ରକଳ୍ପ ଭାରତ ସରକାରଙ୍କ 5 ଟ୍ରିଲିୟନ୍ ଅର୍ଥନୀତିର ଲକ୍ଷ୍ୟ ପୂରଣ ପାଇଁ ଏକ ଦୃଢ ସଂଯୋଗ ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।

PM Gati Shakti National Master Plan

ଏହା ସହିତ କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଦେଶର ଆର୍ଥିକ ଅଗ୍ରଗତି ଏହାକୁ ପୁଣିଥରେ ଫେରାଇ ଆଣିବ ବୋଲି ମଧ୍ୟ ଆଶା ରହିଛି । 15 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତି ଶକ୍ତି ଯୋଜନାର ଘୋଷଣା କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସକାଳ 11 ଟାରେ ପ୍ରଗତି ମଇଦାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତି ଶକ୍ତି ମାଷ୍ଟର ପ୍ଲାନର ମଡେଲକୁ ସମୀକ୍ଷା କରିଥିଲେ, ଯାହା ତାଙ୍କୁ ପ୍ରଗତି ମଇଦାନର ପ୍ରଦର୍ଶନୀ କ୍ୟାମ୍ପସରେ ଦେଖାଯାଇଥିଲା । ଭାରତ ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅନୁଯାୟୀ ରେଳ ଏବଂ ସଡକ ସମେତ 16 ଟି ମନ୍ତ୍ରଣାଳୟ ଡିଜିଟାଲ୍ ସଂଯୋଗ ହେବ । ଏହା ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବ । ଏହା ଅଧୀନରେ ପ୍ରଥମେ ମୌଳିକ ଭିତ୍ତିଭୂମି ବିକାଶ ସହିତ କାର୍ଯ୍ୟ କରୁଥିବା 16 ଟି ମନ୍ତ୍ରଣାଳୟ ଚିହ୍ନଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+