ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ସମସ୍ତଙ୍କୁ ଦୀପାବଳିର ଶୁଭକାମନା | ଏହି ପର୍ବ ଆପଣମାନଙ୍କ ଭବିଷ୍ୟତକୁ ଉଜ୍ଜଳ ଏବଂ ଆନନ୍ଦମୟ କରୁ | ସମସ୍ତେ ସୁଖ ଓ ସମୃଦ୍ଧ ରୁହନ୍ତୁ |'
ନୂଆଦିଲ୍ଲୀ : ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ସମସ୍ତଙ୍କୁ ଦୀପାବଳିର ଶୁଭକାମନା | ଏହି ପର୍ବ ଆପଣମାନଙ୍କ ଭବିଷ୍ୟତକୁ ଉଜ୍ଜଳ ଏବଂ ଆନନ୍ଦମୟ କରୁ | ସମସ୍ତେ ସୁଖ ଓ ସମୃଦ୍ଧ ରୁହନ୍ତୁ |'
सभी देशवासियों को दीपावली की हार्दिक मंगलकामनाएं।
Wishing everyone a Happy Diwali! May this festival further brightness and happiness. May everyone be prosperous and healthy.
— Narendra Modi (@narendramodi) November 14, 2020
ଗତକାଲି ଅନ୍ୟ ଏକ ଭିଡ଼ିଓ ଟ୍ୱିଟରରେ ସେୟାର କରିଛନ୍ତି | ସେ ଏହି ଭିଡ଼ିଓ ଜରିଆରେ କହିଛନ୍ତି, 'ଆମକୁ ଯବାନମାନଙ୍କୁ ମନେ ରଖିବାକୁ ହେବ, ଯେଉଁମାନେ ଏହି ପର୍ବ ସମୟରେ ମଧ୍ୟ ସୀମାରେ ନିଜର କର୍ତ୍ତବ୍ୟ କରି ଆମକୁ ସୁରକ୍ଷା ଦେଉଛନ୍ତି | ସେମାନଙ୍କୁ ମନେପକାଇ ଏହି ଦୀପାବଳି ପାଳନ କରିବା | ଭାରତ ମାତାର ଏହି ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ଦୀପ ନିଜ ଘରେ ଜଳାଇବା |

ଯଦିବା ଯବାନମାନେ ସୀମାରେ ଅଛନ୍ତି, କିନ୍ତୁ ପୁରା ଦେଶ ସେମାନଙ୍କ ସାଥୀରେ ଅଛି | ସେମାନଙ୍କ ପରିବାରର ତ୍ୟାଗକୁ ମଧ୍ୟ ପ୍ରଣାମ କରୁଛି ଯାହାର ପୁଅଝିଅ ସୀମାରେ ସୁରକ୍ଷା ଦେଉଛନ୍ତି | ଦେଶର ଯେଉଁ ବି ବ୍ୟକ୍ତି କିଛି ନା କିଛି ଦେଶ ସହ ଜଡ଼ିତ କାମ ପାଇଁ ନିଜ ଘରେ ନାହାନ୍ତି, ନିଜ ପରିବାର ସହ ଯୋଡ଼ି ହୋଇ ରହିନାହାନ୍ତି ସେମାନଙ୍କୁ ହୃଦୟରୁ କୃତଜ୍ଞତା |'












Click it and Unblock the Notifications