ଦିଲ୍ଲୀରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନେକ ରୁଟ୍ ରହିବ ବନ୍ଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେବେ । ଏହି ବୈଠକରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଦିଲ୍ଲୀରେ ଏକ ରୋଡ୍ ସୋ ମଧ୍ୟ କରିବେ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେବେ । ଏହି ବୈଠକରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଦିଲ୍ଲୀରେ ଏକ ରୋଡ୍ ସୋ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ କୁ ଦୃଷ୍ଟିରେ ରଖି ଦିଲ୍ଲୀର ଟ୍ରାଫିକ୍ ରୁଟରେ ପରିବର୍ତ୍ତନ କରାଯାଇଛି ।

Narendra Modi

ଆଜି ଠାରୁ ଦିଲ୍ଲୀରେ ଅନେକ ସ୍କୁଲ ଖୋଲିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋକୁ ନଜରରେ ରଖି ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଏକ ଗାଇଡଲାଇନ୍ ଜାରି କରି କହିଛି । ଏହା ଅନୁସାରେ ଅନେକ ରାସ୍ତା ବନ୍ଦ ରହିବ ଏବଂ କେତେକ ରୁଟ୍ ବଦଳାଯାଇଛି । ଟ୍ରାଫିକ ପୋଲିସର ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ 3 ଟାରୁ ରୋଡ ସୋରେ ଅଂଶଗ୍ରହଣ କରିବେ ।

ଦିଲ୍ଲୀ ଟ୍ରାଫିକ ପୋଲିସର ପରାମର୍ଶରେ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ର କିଛି ରାସ୍ତା ବନ୍ଦ ରହିବ ବୋଲି କୁହାଯାଇଛି । ଏହା ମଧ୍ୟାହ୍ନରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ରାସ୍ତାକୁ ବାରଣ କରିବାକୁ ଦିଲ୍ଲୀ ପୋଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବାବା ଖଡ଼ଗ ସିଂହ ମାର୍ଗ, କର୍ଣ୍ଣଟ ପ୍ଲେସ୍ , ଶଙ୍କର ରୋଡ଼, ମିଣ୍ଟୋ ରୋଡ଼, ମନ୍ଦିର ମାର୍ଗ, ବାରଖମ୍ବା ରୋଡ଼, ପଞ୍ଚକୁଇୟାଁ ମାର୍ଗ, ରାୟସୀନା ରୋଡ଼, ଟଲଷ୍ଟୟ ରୋଡ଼, ଜନପଥ ଫିରୋଜଶାହା ରୋଡ଼, ଡିଜିବୀ ରୋଡ଼, ଚେମ୍ସଫୋର୍ଡ ରୋଡ଼, ଭାଇବୀର ସିଂହ ମାର୍ଗ, ଡିଡିୟୁ ମାର୍ଗ, ରଞ୍ଜିତ ସିଂହ ମାର୍ଗ, ଫ୍ଲାଏଓଭର ତାକଟୋରା କୋଡ଼, ପଣ୍ଡିତ ପନ୍ତ ରୋଡ଼ ମାର୍ଗ ବାରଣ କରିବାକୁ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।

ଏହା ବ୍ୟତୀତ ଜନପଥର - ସଂସଦ ମାର୍ଗ, ରେଳ ଭବନ-ସଂସଦ ମାର୍ଗ, ଜନ୍ତର ମନ୍ତର ରୋଡ଼, ବଙ୍ଗଳା ସାହିବ ରୋଡ଼ ବନ୍ଦ ରହିବ ବୋଲି ଟ୍ରାଫିକ୍ ପୋଲିସ୍ ଗାଇଡ଼ଲାଇନରେ ଦର୍ଶାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+