For Quick Alerts
Turn On Notification  
For Daily Alerts
Oneindia App Download

କୋଭିଡ ସ୍ଥିତିର ସମୀକ୍ଷା କରିବା ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଅପରାହ୍ନ 4.30 ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ -19 ର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିବେ ।

|

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ଏବଂ ଓମିକ୍ରନ୍ ରାଜ୍ୟ ସମେତ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ କରୋନା ଅନିୟନ୍ତ୍ରିତ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଅପରାହ୍ନ 4.30 ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ -19 ର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିବେ ।

Narendra Modi

ବୁଧବାର ଦିନ ସାରା ଦେଶରୁ 2 ଲକ୍ଷ 47 ହଜାରରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ପ୍ରକାଶ କରିଛି । ଏଭଳି ପରିସ୍ଥିତିରେ, ଦେଶ କରୋନା ଭାଇରସର ତୃତୀୟ ଲହର କବଳରେ ଆସିଥିବା କୁହାଯାଉଛି । ଏଥିସହିତ, ଓମିକ୍ରନ୍‌ର ମାମଲା 548 ରେ ପହଞ୍ଚିଛି ।

ଏହି ବୈଠକରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ କରୋନା ପଦକ୍ଷେପ ଉପରେ ଆଲୋଚନା କରାଯିବ । ଆମେ ଆପଣଙ୍କୁ କହିରଖୁଛୁ ଯେ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ।

ବୁଧବାର ସନ୍ଧ୍ୟାରେ ସୂଚନା ଦେବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର 30 ରେ ସକରାତ୍ମକତା ହାର 1.1% ଥିଲା, ଏହା 11.05% କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ ଏବଂ ଗୁଜୁରାଟରୁ ଆସୁଥିବା COVID19 ର ଆକଳନ ଏକ ଚିନ୍ତାର ବିଷୟ । ଦେଶରେ ସକ୍ରିୟ ମାମଲା ସଂଖ୍ୟା 11 ଲକ୍ଷ 17 ହଜାର 825 ରେ ପହଞ୍ଚିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi will interact with the Chief Ministers of all states today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X