71 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ, ନବ ନିଯୁକ୍ତଙ୍କୁ କରିବେ ସମ୍ବୋଧନ
ରୋଜଗାର ମେଳାରେ 71 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୋଦୀ । ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକରେ 71 ହଜାର ନିଯୁକ୍ତି ପତ୍ର ବଣ୍ଟନ କରାଯିବ ।

ନୂଆଦିଲ୍ଲୀ: ଯୁବକମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର (ଜାନୁଆରୀ 20) ରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । 71 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୋଦୀ । ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକରେ 71 ହଜାର ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଏହି ଅବସରରେ ମୋଦୀ ନବ ନିଯୁକ୍ତଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଯୋଗାଇଦେବା ଲକ୍ଷ୍ୟରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ 20 ରେ ତୃତୀୟ ନିଯୁକ୍ତି ମେଳା ଆୟୋଜନ କରାଯାଉଛି । ଏହି ସମୟରେ ପିଏମ ମୋଦୀ 71 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ ଭଳି ଅନେକ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ମୋଦୀ ସରକାର ଯୁବକମାନଙ୍କୁ ଆତ୍ମନିଯୁକ୍ତି ପାଇଁ ଉତ୍ସାହିତ କରୁଛନ୍ତି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବରର ନିଯୁକ୍ତି ମେଳାରେ ଦେଶର ପ୍ରାୟ 71 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ପିଏମ ମୋଦୀ କହିଥିଲେ ଯେ ଯୁବକମାନଙ୍କୁ ଚାକିରି ଦେବା ପାଇଁ ସରକାର ଗମ୍ଭୀର ।












Click it and Unblock the Notifications