For Quick Alerts
Turn On Notification  
For Daily Alerts
Oneindia App Download

କ୍ୱାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଜୋ ବାଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ

ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ମେ ମଙ୍ଗଳବାର ଦିନ ଯୋଗଦେବେ । କ୍ୱାଡର ନେତାଙ୍କ ଏହା ଚତୁର୍ଥ ଶିଖର ସମ୍ମିଳନୀ ହେବ ।

|

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ମେ ମଙ୍ଗଳବାର ଦିନ ଯୋଗଦେବେ । କ୍ୱାଡର ନେତାଙ୍କ ଏହା ଚତୁର୍ଥ ଶିଖର ସମ୍ମିଳନୀ ହେବ । ମେ 24 ରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ଗସ୍ତ ସମୟରେ ମୋଦୀ ତାଙ୍କ ଜାପାନୀ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ଟୋକିଓ ଶିଖର ସମ୍ମିଳନୀ ଉପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି ।

Narendra Modi

ଅରିନ୍ଦମ ବାଗଚି କହିଛନ୍ତି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜାପାନର ବ୍ୟବସାୟିକ ନେତାଙ୍କ ସହ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେ ଜାପାନର ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ ଏବଂ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ସେ କହିଛନ୍ତି ।

ଏଥି ସହିତ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ଭଦୋଦରା କରାଲିବାଗରେ ଆୟୋଜିତ ଯୁବ ଶିବିରକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଆନ୍ତର୍ଜାତୀୟ ଫୋରମରେ ଭାରତର ବଢୁଥିବା ସ୍ଥିତି ଉପରେ ଆଲୋକପାତ କରିଥିଲେ । ବିଶ୍ୱସ୍ତରୀୟ ଅଶାନ୍ତି ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ଭାରତ ବିଶ୍ୱକୁ ନୂଆ ଆଶା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କରୋନା ଅବଧି ସମୟରେ ମଧ୍ୟ ଭାରତ ବିଶ୍ୱକୁ ଟୀକା ଏବଂ ଔଷଧ ଯୋଗାଇବା କାର୍ଯ୍ୟ କରିଛି । ଭାରତ ଆଜି ବିଶ୍ୱ ପାଇଁ ଏକ ଭରସା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi To Attend Quad Summit, Will Do A Bilateral Discussion With Joe Biden
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X