କ୍ୱାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଜୋ ବାଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ମେ ମଙ୍ଗଳବାର ଦିନ ଯୋଗଦେବେ । କ୍ୱାଡର ନେତାଙ୍କ ଏହା ଚତୁର୍ଥ ଶିଖର ସମ୍ମିଳନୀ ହେବ ।
ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ମେ ମଙ୍ଗଳବାର ଦିନ ଯୋଗଦେବେ । କ୍ୱାଡର ନେତାଙ୍କ ଏହା ଚତୁର୍ଥ ଶିଖର ସମ୍ମିଳନୀ ହେବ । ମେ 24 ରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ଗସ୍ତ ସମୟରେ ମୋଦୀ ତାଙ୍କ ଜାପାନୀ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ଟୋକିଓ ଶିଖର ସମ୍ମିଳନୀ ଉପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି ।

ଅରିନ୍ଦମ ବାଗଚି କହିଛନ୍ତି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜାପାନର ବ୍ୟବସାୟିକ ନେତାଙ୍କ ସହ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେ ଜାପାନର ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ ଏବଂ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ସେ କହିଛନ୍ତି ।
ଏଥି ସହିତ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ଭଦୋଦରା କରାଲିବାଗରେ ଆୟୋଜିତ ଯୁବ ଶିବିରକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଆନ୍ତର୍ଜାତୀୟ ଫୋରମରେ ଭାରତର ବଢୁଥିବା ସ୍ଥିତି ଉପରେ ଆଲୋକପାତ କରିଥିଲେ । ବିଶ୍ୱସ୍ତରୀୟ ଅଶାନ୍ତି ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ଭାରତ ବିଶ୍ୱକୁ ନୂଆ ଆଶା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କରୋନା ଅବଧି ସମୟରେ ମଧ୍ୟ ଭାରତ ବିଶ୍ୱକୁ ଟୀକା ଏବଂ ଔଷଧ ଯୋଗାଇବା କାର୍ଯ୍ୟ କରିଛି । ଭାରତ ଆଜି ବିଶ୍ୱ ପାଇଁ ଏକ ଭରସା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications