ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ନିଜ କନଭେ ଅଟକାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ନିଜ କନଭେ ଅଟକାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଆମ୍ବୁଲାନ୍ସ ଯିବା ପରେ ପ୍ରଧାନମନ୍ତ୍ରୀଙ୍କ କନଭେ ଯାଇଛି । ଏହାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି ।
ସିମଲା : ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ନିଜ କନଭେ ଅଟକାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଆମ୍ବୁଲାନ୍ସ ଯିବା ପରେ ପ୍ରଧାନମନ୍ତ୍ରୀଙ୍କ କନଭେ ଯାଇଛି । ଏହାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି ।

ସୂଚନାନୁସାରେ, କଙ୍ଗରା ଜିଲ୍ଲାର ଚମ୍ବିରେ ଏକ ନିର୍ବାଚନୀ ଜନସଭାରେ ଯୋଗଦେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭେ ରାସ୍ତାରେ ଅଟକି ରହିଥିଲା । ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ କନଭେ ଅଟକି ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କନଭେ ଅଟକାଇ ସମ୍ବେଦନଶୀଳତା ଦେଖାଇଥିଲେ ଯାହାଦ୍ୱାରା ରୋଗୀର ଜୀବନ କୌଣସି ପ୍ରକାରେ ବିପଦରେ ନ ପଡ଼େ ।
#WATCH | Prime Minister Narendra Modi stopped his convoy to let an Ambulance pass in Chambi, Himachal Pradesh pic.twitter.com/xn3OGnAOMT
— ANI (@ANI) November 9, 2022
ରୋଗୀ ଡାକ୍ତରଖାନାରେ ପହଞ୍ଚିବା ଅତ୍ୟନ୍ତ ଜରୁରୀ, ଏଭଳି ପରିସ୍ଥିତିରେ ଆମ୍ବୁଲାନ୍ସ ଯିବା ପରେ ପିଏମ ମୋଦୀ ତାଙ୍କ କନଭେ ଆଗକୁ ବଢାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭେ ଦେଇ ଯାଉଥିବା ରାସ୍ତାରେ ଟ୍ରାଫିକକୁ ବଦଳାଇବା ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ଏଥି ସହିତ ପିଏମ ମୋଦୀଙ୍କ ଏପରି କାମ ଦେଖି ଲୋକଙ୍କ ଭିଡ ମଧ୍ୟ ଖୁସି ହୋଇଥିଲା ।












Click it and Unblock the Notifications