ପିଏମ ମୋଦୀ ସୁରକ୍ଷାରେ ଅବହେଳା, ଏସପିଜି କର୍ଡନ ଭାଙ୍ଗି କାର ନିକଟରେ ପହଞ୍ଚିଲେ ଯୁବକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ଧରଣର ଅବହେଳା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ମୋଦୀଙ୍କ ପାଖରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ଧରଣର ଅବହେଳା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ମୋଦୀଙ୍କ ପାଖରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଯଦିଓ ସୁରକ୍ଷା କର୍ମୀ ମାନେ ଯୁବକଙ୍କୁ ସଙ୍ଗେ ସଙ୍ଗେ ଧରି ନେଇଥିଲେ । କିନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ବୋଲି କୁହାଯାଉଛି ।

କର୍ଣ୍ଣାଟକର ହବଲିରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଏକ ରୋଡ୍ ସୋ କରୁଥିଲେ । ଏହି ସମୟ ମଧ୍ୟରେ ତାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି । ଜଣେ ଯୁବକ ଏସପିଜିର ସୁରକ୍ଷାକୁ ଭାଙ୍ଗି ତାଙ୍କ ନିକଟରେ ପହଞ୍ଚିଥିଲେ । ଏପରିକି ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ମାଳ ପିନ୍ଧାଇବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ଏସପିଜି କମାଣ୍ଡୋ ଯୁବକଙ୍କୁ ଦେଖିବା ମାତ୍ରେ ସେମାନେ ତୁରନ୍ତ ଯୁବକଙ୍କୁ ଧରି ପିଏମ ମୋଦୀଙ୍କଠାରୁ ଦୂରକୁ ନେଇ ଯାଇଥିଲେ ।
#WATCH | Karnataka: A young man breaches security cover of PM Modi to give him a garland, pulled away by security personnel, during his roadshow in Hubballi.
(Source: DD) pic.twitter.com/NRK22vn23S
— ANI (@ANI) January 12, 2023
ଏହା ପରେ ଏହି ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ପିଏମ ମୋଦୀ ତାଙ୍କ କାରର ଫାଟକରେ ଠିଆ ହୋଇଥିଲେ ଏବଂ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ଏହି ସମୟରେ ଏସପିଜି କମାଣ୍ଡୋମାନେ ମଧ୍ୟ ତାଙ୍କ ସୁରକ୍ଷାରେ ଥିଲେ । ଠିକ୍ ଏହି ସମୟରେ ନାଲି ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ଯୁବକ ତାଙ୍କ ନିକଟକୁ ଯାଇ ତାଙ୍କୁ ଫୁଲ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ । ତେବେ ସୁରକ୍ଷାକର୍ମୀ ତୁରନ୍ତ ଯୁବକଙ୍କୁ ଧରି ନେଇଥିଲେ ।












Click it and Unblock the Notifications