ରଣନୀତି ପ୍ରସ୍ତୁତ ବେଳେ ସାଧାରଣ ଲୋକଙ୍କ ଜୀବିକା, ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀ
ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ମହାମାରୀ ଉପରେ ଆଲୋଚନା କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ମହାମାରୀ ଉପରେ ଆଲୋଚନା କରିଛନ୍ତି ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଓମିକ୍ରନ୍ ଉପରେ ଥିବା ସନ୍ଦେହ ଧୀରେ ଧୀରେ ଦୂର ହୋଇଯାଉଛି । ଓମିକ୍ରନ୍ ଭାରିଆଣ୍ଟ ଲୋକଙ୍କ ମଧ୍ୟରେ ପୂର୍ବ ଭାରିଆଣ୍ଟ ଅପେକ୍ଷା ଅନେକ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ଏଭଳି ପରିସ୍ଥିତିରେ, ଆମେ ସକ୍ରିୟ ଭାବରେ କାର୍ଯ୍ୟ କରିବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏଥି ସହିତ, ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଜାରି ରଖିବା ଉଚିତ, ଏହାର ମଧ୍ୟ ଯତ୍ନ ନେବାକୁ ପଡିବ ।

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ସତର୍କ ରହିବାକୁ ପଡିବ, ସାବଧାନ ରହିବାକୁ ପଡିବ, କିନ୍ତୁ ଯେପରି ଭୟଙ୍କର ପରିସ୍ଥିତି ନ ଆସିବ ସେ ନେଇ ଧ୍ୟାନ ଦେବାକୁ ହେବ । ଏହି ପର୍ବ ଋତୁରେ ଲୋକ ଏବଂ ପ୍ରଶାସନର ସତର୍କତା ଯେପରି କମି ନ ଯାଏ ସେଥି ପ୍ରତି ଆମକୁ ନଜର ରଖୁବାକୁ ହେବ । କୌଣସି ରଣନୀତି ପ୍ରସ୍ତୁତ କରିବାବେଳେ ସାଧାରଣ ଲୋକଙ୍କ ଜୀବିକା, ଅର୍ଥନୈତିକ କାର୍ଯ୍ୟକଳାପ, ଅର୍ଥନୀତିର ଗତିରେ କୌଣସି ବାଧା ନ ଉପୁଜିବା ଉପରେ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ । ତେଣୁ, ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ଅଧିକ ଧ୍ୟାନ ଦେବା ଭଲ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଶହେ ବର୍ଷର ସବୁଠାରୁ ବଡ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ବର୍ତ୍ତମାନ ତୃତୀୟ ବର୍ଷରେ ପ୍ରବେଶ କରିଛି । କଠିନ ପରିଶ୍ରମ ହେଉଛି ଆମର ଏକମାତ୍ର ପଥ ଏବଂ ବିଜୟ ହେଉଛି ଏକମାତ୍ର ବିକଳ୍ପ । ଆମେ 130 କୋଟି ଭାରତୀୟ ନିଶ୍ଚିତ ଭାବରେ ଆମର ଉଦ୍ୟମ ସହିତ କରୋନାଠାରୁ ବିଜୟୀ ହେବା ।
ଟିକା ସମ୍ପର୍କରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଭାରତ ପ୍ରାୟ 92 ପ୍ରତିଶତ ବୟସ୍କ ଲୋକଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ୍ ଦେଇ ସାରିଛି । ଦ୍ୱିତୀୟ ଡୋଜର କଭରେଜରେ ମଧ୍ୟ ଦେଶ ପ୍ରାୟ 70 ପ୍ରତିଶତରେ ପହଞ୍ଚିଛି । 10 ଦିନ ମଧ୍ୟରେ ଭାରତ ପ୍ରାୟ 3 କୋଟି କିଶୋରଙ୍କୁ ଟିକା ଦେଇଛି । ଆଜି ରାଜ୍ୟଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି । ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଯେତେ ଶୀଘ୍ର 'ପ୍ରି କସନ୍ ଡୋଜ୍' ଦିଆଯିବ, ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର କ୍ଷମତା ସେତେ ଅଧିକ ବଢିବ । ସେ ଆହୁରି କହିଛନ୍ତି, 100% ଟୀକାକରଣ ପାଇଁ ଆମକୁ 'ହର ଘର ଦସ୍ତକ' ଅଭିଯାନକୁ ତୀବ୍ର କରିବାକୁ ପଡିବ ।
ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।












Click it and Unblock the Notifications