କାର୍ଗିଲରେ ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦୀ
ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଆଜି ସକାଳେ ପ୍ରଧାନମନ୍ତ୍ରୀ କାର୍ଗିଲ୍ରେ ପହଞ୍ଚିଛନ୍ତି ।
ନୂଆଦିଲ୍ଲୀ : ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଆଜି ସକାଳେ ପ୍ରଧାନମନ୍ତ୍ରୀ କାର୍ଗିଲ୍ରେ ପହଞ୍ଚିଛନ୍ତି ।
ଲଦାଖସ୍ଥିତ କାର୍ଗିଲ୍ରେ ଅବତରଣ କରିବାର ଅଳ୍ପ ସମୟ ପରେ ପ୍ରଧାନମନ୍ତ୍ରୀଙ୍କର କେତେଗୁଡ଼ିଏ ଫଟୋ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଛି । ପୋଷ୍ଟ୍ରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ୍ରେ ଅବତରଣ କରିଛନ୍ତି । ସେଠରେ ସେ ସାହସୀ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ 2014 ଠାରୁ ପ୍ରତିବର୍ଷ ଯବାନମାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି । ଏଥର ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦୀ କାର୍ଗିଲରେ ଯବାନମାନଙ୍କସହ ରହିବେ । 2014 ପରଠାରୁ ଏହା ଅଷ୍ଟମ ଥର ପାଇଁ ସେ ଯବାନମାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି ।












Click it and Unblock the Notifications