ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକମାନେ ପାଇବେ ସ୍ୱାସ୍ଥ୍ୟ ପରିଚୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବର୍ତ୍ତମାନ ଦେଶର ଡାକ୍ତରଖାନାଗୁଡ଼ିକର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହ ଯୋଡିବା ପାଇଁ କାର୍ଯ୍ୟ କରିବ । ଏହା ଅଧୀନରେ ଦେଶବାସୀ ଏବେ ଏକ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟ ମଧ୍ୟ ପାଇବେ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ 7 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରୁଥିବା ଏହି ଅଭିଯାନ ଆଜିଠାରୁ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି । ଆଜି ଏକ ମିଶନ ଆରମ୍ଭ ହେଉଛି, ଯେଉଁଥିରେ ଭାରତର ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ଶକ୍ତି ଅଛି । ଏହି ମିଶନ ଦେଶର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଚିକିତ୍ସାରେ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

Ayushman Bharat Digital Mission

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ''ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବର୍ତ୍ତମାନ ଦେଶର ଡାକ୍ତରଖାନାଗୁଡ଼ିକର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହ ଯୋଡିବା ପାଇଁ କାର୍ଯ୍ୟ କରିବ । ଏହା ଅଧୀନରେ ଦେଶବାସୀ ଏବେ ଏକ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟ ମଧ୍ୟ ପାଇବେ । ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ୍ ସୁରକ୍ଷିତ ରହିବ ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 'ସମସ୍ତଙ୍କ ପାଇଁ ଭ୍ୟାକ୍ସିନ୍ ମାଗଣା ଟିକା' ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଭାରତରେ ପ୍ରାୟ 90 କୋଟି ଟିକା ଡୋଜ ଦିଆଯାଇଛି । ଏଥିରେ କୋୱିନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

କଣ ଏହି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ?

  • ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ତଥା ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଭାବରେ ମଧ୍ୟ ଜଣାଶୁଣା । ଏହି ଯୋଜନାକୁ ପିଏମ ମୋଦୀ 2020 ମସିହାରେ ସ୍ୱାଧୀନତା ଦିବସ ଭାଷଣ ସମୟରେ ଘୋଷଣା କରିଥିଲେ । ଆରମ୍ଭ ହେବାକୁ ଥିବା ଏହି ମିଶନ ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ପରିଚୟ ରହିବ । ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ରେକର୍ଡ ରହିବ ।
  • କୁହାଯାଉଛି ଯେ ଏହି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଇକୋ ସିଷ୍ଟମ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ନେଣଦେଣ କ୍ଷେତ୍ରରେ UPI ଭଳି ଏହା କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।
  • ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଏକ ଅନଲାଇନ୍ ପ୍ଲାଟଫର୍ମ ସୃଷ୍ଟି ହେବ, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିବ । ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୂଚନାର ଗୋପନୀୟତାକୁ ସମ୍ପୂର୍ଣ୍ଣ ସମ୍ମାନ ଦିଆଯିବ ।
  • ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରିଚୟ ପତ୍ର ତିଆରି କରିବା । ଏହି ସ୍ୱାସ୍ଥ୍ୟ ପରିଚୟ ପତ୍ରରେ, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡଗୁଡିକ ମୋବାଇଲ୍ ସାହାଯ୍ୟରେ ସଂଯୁକ୍ତ ହେବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+