ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ଦାବିଦାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୋବେଲ କମିଟିର ଡେପୁଟି ନେତା ଅସଲ ତୋଜେ କହିଛନ୍ତି, ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ପ୍ରତିଯୋଗୀ ।

ନୂଆଦିଲ୍ଲୀ : ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ସବୁଠାରୁ ବଡ଼ ଦାବିଦାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ କହିଛନ୍ତି ନୋବେଲ ପୁରସ୍କାର କମିଟିର ଉପନେତା ଅସଲ ତୋଜେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକୁ ପ୍ରଶଂସା କରି ଅସଲ ତୋଜେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଯୋଗୁଁ ଭାରତ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ଦେଶରେ ପରିଣତ ହେଉଛି ।
ନୋବେଲ କମିଟିର ଡେପୁଟି ନେତା ଅସଲ ତୋଜେ କହିଛନ୍ତି, "ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ପ୍ରତିଯୋଗୀ । ସେ ନିରନ୍ତର ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ବିଶ୍ୱ ଶାନ୍ତି ବ୍ୟବସ୍ଥାକୁ ପୁନଃ ସ୍ଥାପନ କରିବାର କ୍ଷମତା ମଧ୍ୟ ରଖିଛନ୍ତି ।"
ଭାରତକୁ ଶାନ୍ତିର ଉତ୍ତରାଧିକାରୀ ଭାବରେ ବର୍ଣ୍ଣନା କରି ଆସଲ ତୋଜେ କହିଛନ୍ତି ଯେ ଭାରତ ଏକ ମହାଶକ୍ତି ହେବା ଧାର୍ଯ୍ୟ । ଏଥିସହ ସେ କହିଛନ୍ତି ଯେ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ନେତା ଏବଂ ସେ ହିଁ କେବଳ ଶାନ୍ତି ପ୍ରତିଷ୍ଠା କରିପାରିବେ ।
PM Narendra Modi is the biggest contender for the Nobel Peace Prize. He is continuously working for World peace and also has the ability to restore the World-Peace order. : Deputy leader of Nobel Prize Comittee pic.twitter.com/qlAShMscaP
— Megh Updates 🚨™ (@MeghUpdates) March 15, 2023












Click it and Unblock the Notifications