କରୋନାରୁ ଜିଲ୍ଲା ଜିତିଲେ ଦେଶ ଜିତିବ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର କେତେକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ କରୋନା ମହାମାରୀର ମୁକାବିଲା ପାଇଁ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର କେତେକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ କରୋନା ମହାମାରୀର ମୁକାବିଲା ପାଇଁ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଅଧିକାରୀମାନଙ୍କୁ କହିଛନ୍ତି ଯେ ଆପଣମାନେ ଜିଲ୍ଲାର ସମସ୍ୟାଗଡ଼ିକୁ ନିକଟରୁ ଜାଣିପାରୁଛନ୍ତି । ଯେତେବେଳେ ଆପଣମାନଙ୍କ ଜିଲ୍ଲା କରୋନାରୁ ଜିତିବ, ଦେଶ ମଧ୍ୟ ଜିତିବ ।
ଏହି ବୈଠକରେ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କୁ କହିଥିଲେ ଆପଣମାନେ ଯାହା ସବୁ ଭଲ ପଦକ୍ଷେପ ନେଇଛନ୍ତି, ସସବୁ ମୋ ନିକଟରେ ପହଞ୍ଚାନ୍ତୁ । ସେସବୁକୁ ଅନ୍ୟ ସ୍ଥାନରେ ଲାଗୁ କରିବାକୁ ମୁଁ ପଦକ୍ଷେପ ନେବି । ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ଚ୍ୟାଲେଞ୍ଜ ରହିଛି । ଆମେ ପରସ୍ପରଠାରୁ ଶିଖିବା ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆପଣମାନଙ୍କର କଠିନ ପରିଶ୍ରମ ଏବଂ ନବସୃଜନ ଦେଶର କାମରେ ଆସିବା ଉଚିତ୍ । କରୋନା ବିରୋଧରେ ଏହି ଯୁଦ୍ଧରେ ଆପଣ ସମସ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଆପଣ ଏହି ଯୁଦ୍ଧର ଫିଲ୍ଡ କମାଣ୍ଡର ଅଟନ୍ତି । ଆମର ଅସ୍ତ୍ର ହେଉଛି - ସ୍ଥାନୀୟ କଣ୍ଟେନମେଣ୍ଟ ଜୋନ, ଶୀଘ୍ର ଅନୁସନ୍ଧାନ ଏବଂ ଲୋକମାନଙ୍କୁ ସଠିକ୍ ସୂଚନା । ଏଥି ସହିତ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଏହି ସମୟରେ ଅନେକ ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ହ୍ରାସ ପାଉଛି ଏବଂ ଅନେକ ରାଜ୍ୟରେ ଏହା ବୃଦ୍ଧି ପାଉଛି । କିନ୍ତୁ ହ୍ରାସ ପାଉଥିବା ପରିସଂଖ୍ୟାନ ମଧ୍ୟରେ ଆମକୁ ଅଧିକ ସଜାଗ ରହିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଁକୁ ବଞ୍ଚାଇବା ଅତ୍ୟନ୍ତ ଜରୁରୀ । ଆମକୁ ସମାଜର ତଳସ୍ତରରେ ଥିବା ବ୍ୟକ୍ତିଙ୍କ ଚେହେରାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡିବ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡିବ ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆମକୁ ସଂକ୍ରମଣ ବନ୍ଦ କରିବାକୁ ପଡିବ ଏବଂ ଦୈନନ୍ଦିନ ଜୀବନ ସହ ଜଡିତ ଅତ୍ୟାବଶ୍ୟକ ସାମଗ୍ରୀ ବିନା ବାଧାରେ ପରିଚାଳନା କରିବାକୁ ହେବ । ତେଣୁ, ସ୍ଥାନୀୟ ସ୍ତରରେ ନିର୍ଦ୍ଦେଶାବଳୀ ପାଳନ ସମୟରେ ଯେପରି କୌଣସି ବ୍ୟକ୍ତି କମ୍ରୁ ଅତି କମ୍ ଅସୁବିଧାର ସମ୍ମୁଖୀନ ହେବ ସେ ନେଇ ଧ୍ୟାନ ଦେବାକୁ ହେବ ।












Click it and Unblock the Notifications