ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଦୁନିଆର ସବୁଠାରୁ ବଡ଼ ରିଭର କ୍ରୁଜ୍ ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଏମ.ଭି ଗଙ୍ଗା ଭିଲାସ୍ ଏବଂ ଟେଣ୍ଟ ସିଟିର ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରି
ନୂଆଦିଲ୍ଲା : ଦୁନିଆର ସବୁଠାରୁ ବଡ଼ ରିଭର କ୍ରୁଜ୍ ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଏମ.ଭି ଗଙ୍ଗା ଭିଲାସ୍ ଏବଂ ଟେଣ୍ଟ ସିଟିର ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହା ହେଉଛି ଦୁନିଆର ସବୁଠାରୁ ଲମ୍ବା ରିଭର ନଦୀ କ୍ରୁଜ୍ । ଏହା କେବଳ ଭାରତରେ ପ୍ରସ୍ତୁତ ହୋଇଛି । ଉତ୍ତର ପ୍ରଦେଶର ବାରାଣାସୀ ଠାରୁ ଆରମ୍ଭ କରି ଏହି କ୍ରୁଜ୍ ଆସନ୍ତା 51 ଦିନ ମଧ୍ୟରେ 3,200 କିଲୋମିଟର ଦୂରତା ଅତିକ୍ରମ କରି ବାଂଲାଦେଶ ଦେଇ ଆସାମର ଡିବ୍ରୁଗଡରେ ପହଞ୍ଚିବ ।

ଗଙ୍ଗା ଭିଲାସ୍ କ୍ରୁଜ୍ ବିଷୟରେ କହିବାକୁ ଗଲେ ଏହା ମାଧ୍ୟମରେ ପର୍ଯ୍ୟଟକ ବିଶ୍ୱର ଐତିହ୍ୟ ସ୍ଥଳ ଏବଂ ଜାତୀୟ ଉଦ୍ୟାନ ପରିଦର୍ଶନ କରିପାରିବେ । ଏହି କ୍ରୁଜ୍ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବାଂଲାଦେଶ, ଆସାମ ଦେଇ ଯିବ । ଏଥିରେ ପର୍ଯ୍ୟଟକ 50 ରୁ ଅଧିକ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରାଯାଇପାରିବେ । ଏଥିରେ ପର୍ଯ୍ୟଟକମାନେ ଭାରତ ସମେତ ବାଂଲାଦେଶର କଳା, ସଂସ୍କୃତି, ଇତିହାସ ବିଷୟରେ ଜାଣି ପାରିବେ । ଭାରତରେ ଏହି କ୍ରୁଜ୍ ପାଟନା, ସାହିବଗଞ୍ଜ, କୋଲକାତା ଗୌହାଟି ଭଳି ପ୍ରମୁଖ ସହର ଦେଇ ଗତି କରିବ । ଏହି କ୍ରୁଜ୍ ବାଂଲାଦେଶର ଠାକା ସହର ମଧ୍ୟ ଦେଇ ଗତି କରିବ ।
51 ଦିନର ଯାତ୍ରା ସମୟରେ ଗଙ୍ଗା ଭିଲାସ୍ 3200 କିଲୋମିଟର ଦୂରତା ଅତିକ୍ରମ କରିବ । ଏହି ସମୟ ମଧ୍ୟରେ ଏହା ଭାରତ ଏବଂ ବାଂଲାଦେଶର 17 ଟି ନଦୀ ପ୍ରଣାଳୀ ମାଧ୍ୟମରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । 40 ଜଣ କ୍ରୁ ସଦସ୍ୟଙ୍କ ବ୍ୟତୀତ 31 ଜଣ ପର୍ଯ୍ୟଟକ ଏହି କ୍ରୁଜ୍ ର ପ୍ରଥମ ଯାତ୍ରାରେ ସାମିଲ ହେବେ । ଜିମ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ ଏବଂ ସଙ୍ଗୀତ ସହିତ ପ୍ରତ୍ୟେକ ଆଧୁନିକ ସୁବିଧା କ୍ରୁଜରେ ଉପଲବ୍ଧ ହୋଇଛି । ରିଭର କ୍ରୁଜ୍ ଦ୍ୱାରା ଏହା ସବୁଠାରୁ ଦୀର୍ଘ ଯାତ୍ରା ହେବ । ଏହା ହେଉଛି ଭାରତର ପ୍ରଥମ ନଦୀକୂଳ ଯାହାକି କାଶୀଠାରୁ ବଗିବିଏଲ ପର୍ଯ୍ୟନ୍ତ ଯାତ୍ରା କରିବ ।












Click it and Unblock the Notifications