ଦକ୍ଷିଣ ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଦକ୍ଷିଣ ଭାରତରେ ଆରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକ ଗସ୍ତ ସମୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଟ୍ରେନ ଟି ବାଙ୍ଗାଲୋର -ମହୀଶୂର ଦେଇ ଚେନ୍ନାଇ ଯାତ୍ରା କରିବ ।
କର୍ଣ୍ଣାଟକ : ଦକ୍ଷିଣ ଭାରତରେ ଆରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକ ଗସ୍ତ ସମୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଟ୍ରେନ ଟି ବାଙ୍ଗାଲୋର -ମହୀଶୂର ଦେଇ ଚେନ୍ନାଇ ଯାତ୍ରା କରିବ । ଏହା ଏକ ସେମି ସ୍ପିଡ୍ ଟ୍ରେନ୍ ।
ଏହା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର ଟର୍ମିନାଲ୍ ଲଞ୍ଚ୍ କରିବେ । ଏଥିସହିତ 25 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟକ ବିକାଶ ମୂଳକ ପ୍ରକଳ୍ପ ଆରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁରେ ପହଞ୍ଚି ବିଧାନ ସୌଧରେ ଥିବା ସନ୍ଥ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ । ଏହାପରେ ସେ କ୍ରାନ୍ତିଭିରା ସଙ୍ଗୋଲୀ ରାୟନା ରେଳ ଷ୍ଟେସନ୍ ଅଭିମୂଖେ ଯାଇ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ଏହି ଏକ୍ସପ୍ରେସ୍ ଟ୍ରେନ୍ ଟି ବୁଧବାର ବ୍ୟତୀତ ସବୁଦିନ ଚାଲିବ । ଏଥିରେ 16 ଟି କୋଚ୍ରେ 1128 ଜଣ ଯାତ୍ରୀ ଯାତ୍ରା କରିପାରିବେ । ଏସି ଚେୟାର କାର୍ରେ ଚେନ୍ନାଇରୁ ମହୀଶୂର ଯିବା ପାଇଁ ଭଡ଼ା ରହିଛି 921 ଟଙ୍କା । ଏହା ବାଦ୍ ଏକ୍ଜିକ୍ୟୁଟ୍ କ୍ଲାସ୍ରେ ଯାତ୍ରୀଙ୍କୁ ପ୍ରାୟ ଦୁଇଗୁଣ ଅର୍ଥାତ୍ 1880 ଟଙ୍କା ଦେବାକୁ ହେବ । ଚେନ୍ନାଇ - ମହୀଶୂର 504 କିମି ଯାତ୍ରାକୁ 6 ଘଣ୍ଟା 40 ମିନିଟରେ ଅତିକ୍ରମ କରିବ ।












Click it and Unblock the Notifications