ଆପଣ ସମସ୍ତେ ବିକଶିତ ଭାରତ ଯାତ୍ରାର ସକ୍ରିୟ ଭାଗିଦାରୀ, ରୋଜଗାର ମେଳାରେ ନିଯୁକ୍ତି ପତ୍ର ଦେଇ କହିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅନୁଷ୍ଠିତ ରୋଜଗାର ମେଳାରେ ସରକାରୀ ବିଭାଗ ଓ ସଙ୍ଗଠନରେ ମୋଟ 71 ହଜାର ନବ ନିଯୁକ୍ତଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀ: ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଅନୁଷ୍ଠିତ ରୋଜଗାର ମେଳାରେ ସରକାରୀ ବିଭାଗ ଓ ସଙ୍ଗଠନରେ ମୋଟ 71 ହଜାର ନବ ନିଯୁକ୍ତଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରୋଜଗାର ମେଳାରେ ଉପସ୍ଥିତ ହୋଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏପରି ଏକ ସମୟ ଥିଲା ୟେତେବେଳେ ବିଭିନ୍ନ କାରଣରୁ ନିୟମିତ ପଦୋନ୍ନତିରେ ବାଧା ସୃଷ୍ଟି ହେଉଥିଲା । କିନ୍ତୁ ବର୍ତ୍ତମାନ କେନଦ୍ର୍ ସରକାର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରିଛନ୍ତି । ଏବେ ର ନିଯୁକ୍ତି ପ୍ରକ୍ରିୟା ସମୟ ସୀମିତ ଏବଂ ସୁବ୍ୟବସ୍ଥିତ ହୋଇଛି ।
ଏହା ବ୍ୟତୀତ ମୋଦୀ କହିଛନ୍ତି ଯେଉଁମାନେ ଆଜି ନିଯୁକ୍ତି ପତ୍ର ପାଇଛନ୍ତି ସେମାନଙ୍କ ପାଇଁ ଜୀବନର ଏହା ଏକ ନୂଆ ଯାତ୍ରା । ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଆପଣ ଏକ ବିକଶିତ ଭାରତ ଯାତ୍ରାରେ ସକ୍ରିୟ ଭାଗିଦାରୀ ହେବେ । ବ୍ୟବସାୟ ଜଗତରେ କୁହାଯାଏ ଯେ 'ଗ୍ରାହକ ସର୍ବଦା ଠିକ୍', ସେହିଭଳି ନାଗରିକ ସର୍ବଦା ଠିକ୍ ।
ପିଏମ ମୋଦୀ କହିଛନ୍ତି ଯେ ରୋଜଗାର ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଆମେ ନିରନ୍ତର ପ୍ରତିବଦ୍ଧ । ଭିତ୍ତିଭୂମି ବିକାଶ ସହିତ ସୁଯୋଗ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନିଯୁକ୍ତି ମେଳା ଆମର ଉତ୍ତମ ଶାସନର ପରିଚୟ ପାଲଟିଛି । ଆମର ପ୍ରତିଶ୍ରୁତି ପାଳନ କରିବା ଦିଗରେ ଆମର ପ୍ରତିବଦ୍ଧତାର ଏହା ଏକ ପ୍ରମାଣ ବୋଲି କତହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications