'ୟାସ୍' ମୁକାବିଲା ପାଇଁ ପ୍ରସ୍ତୁତି ଓ ଯୋଜନା ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ୟାସ୍'ର ମୁକାବିଲା ପାଇଁ ପ୍ରସ୍ତୁତି ଓ ଯୋଜନା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସମୀକ୍ଷା ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ/ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ।
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଆସୁଥିବା ବାତ୍ୟା 'ୟାସ୍'ର ମୁକାବିଲା ପାଇଁ ପ୍ରସ୍ତୁତି ଓ ଯୋଜନା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସମୀକ୍ଷା ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ/ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା 'ୟାସ୍' 26 ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ପବନର ବେଗ ଘଣ୍ଟାପ୍ରତି 155 ରୁ 165 କିଲୋମିଟର ଏବଂ ସ୍ଥଳବିଶେଷରେ ପବନର ବେଗ ଘଣ୍ଟା ପ୍ରତି 185 କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି କ୍ଷେତ୍ରରେ ସମୁଦିରରୁ 2-4 ମିଟର ଉଚ୍ଚତାର ଜୁଆର ଉଠିବ ବୋଲି ମଧ୍ୟ ଆଇଏମଡି ପକ୍ଷୁ ସତର୍କ ସୂଚନା ଦିଆଯାଇଛି ।
ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ 24 ଘଣ୍ଟା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ପର୍କରେ ରହିଛି । ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଏସଡିଆରଏଫ୍ ଟିମ୍ ପଠାଯାଇଛି । ଏନଡିଆରଏଫ ପକ୍ଷରୁ ଡଙ୍ଗା, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ସରଞ୍ଜାମ ସହିତ 46 ଟି ଦଳ 5 ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ନିୟୋଜିତ କରାଯାଇଛି । ଏହାବ୍ୟତୀତ ବିମାନ ଯୋଗେ ସ୍ଥାନାନ୍ତର କରାଯାଇ 13ଟି ଦଳକୁ ନିୟୋଜିତ କରାଯିବ ଏବଂ 10ଟି ଦଳକୁ ପ୍ରତୀକ୍ଷାରତ ଭାବେ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।
ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଜାହାଜ ଓ ହେଲିକପ୍ଟରକୁ ରିଲିଫ୍, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ୍ କରାଯିବ । ଏୟାର ଫୋର୍ସ ଏବଂ ସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ୟୁନିଟ୍ ବୋଟ୍ ଓ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସହ ନିରନ୍ତର ଭାବେ ଯୋଗାଯୋଗରେ ରହି ସୁରକ୍ଷିତ ସ୍ଥାନାନ୍ତରଣ ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଉପକୂଳବର୍ତ୍ତୀ ଜନ ସମୁଦାୟ, ଶିଳ୍ପ ଆଦି ବିଭିନ୍ନ ବିଭିନ୍ନ ଅଂଶୀଦାରଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ସ୍ଥାପନ କରି ସଚେତନ କରିବା ସହ ସେମାମଙ୍କୁ ଏଥିରେ ସମ୍ପୃକ୍ତ କରିବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications