ୟୁରୋପର ସବୁଠାରୁ ବଡ ଷ୍ଟାର୍ଟଅପ୍ ଇଭେଣ୍ଟରେ ମୋଦୀଙ୍କ ସମ୍ବୋଧନ : ନିବେଶକମାନଙ୍କୁ ଭାରତକୁ ନିମନ୍ତ୍ରଣ
ବ୍ୟବହାରଯୋଗୀ ଷ୍ଟାଟ୍ଅପ୍ ଏବଂ ସ୍ୱାସ୍ଥ୍ୟସେବା ଶିଳ୍ପ ଉପରେ ଧ୍ୟାନ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ଦେଶ, ପରବର୍ତ୍ତୀ ମହାମାରୀରୁ ବିଶ୍ୱକୁ ରକ୍ଷା କରିବାକୁ ଭାରତ ଧ୍ୟାନ ଦେଉଛି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର) ଭିଡିଓ କନଫରେନ୍ସିଂ ଜରିଆରେ ୟୁରୋପର ସର୍ବବୃହତ ଡିଜିଟାଲ ଏବଂ ଷ୍ଟାର୍ଟଅପ୍ ଇଭେଣ୍ଟ 'ଭିଭାଟେକ୍' ପଞ୍ଚମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତରେ 775 ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି, ଯାହା ଅନେକ ଦେଶର ଜନସଂଖ୍ୟାଠାରୁ ଅଧିକ । ବିଶ୍ୱର ସର୍ବାଧିକ ଏବଂ ଶସ୍ତା ଡାଟା ବ୍ୟବହାର କରୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ସାରା ବିଶ୍ୱରୁ ଇନୋଭେଟର ତଥା ନିବେଶକମାନଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ପ୍ରତିଭା, ବଜାର, ପୁଞ୍ଜି, ଇକୋସିଷ୍ଟମ ଏବଂ ମୁକ୍ତ ବଜାରର ସଂସ୍କୃତିର ଏହି ପାଞ୍ଚଟି ସ୍ତମ୍ଭ ଉପରେ ଆଧାର କରି ମୁଁ ଭାରତକୁ ନିବେଶ କରିବାକୁ ନିମନ୍ତ୍ରଣ କରୁଛି । ଏହା ବ୍ୟତୀତ ପିଏମ ମୋଦୀ ବ୍ୟବହାରଯୋଗୀ ଷ୍ଟାଟ୍ଅପ୍ ଏବଂ ସ୍ୱାସ୍ଥ୍ୟସେବା ଶିଳ୍ପ ଉପରେ ଧ୍ୟାନ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ଦେଶ, ପରବର୍ତ୍ତୀ ମହାମାରୀରୁ ବିଶ୍ୱକୁ ରକ୍ଷା କରିବାକୁ ଭାରତ ଧ୍ୟାନ ଦେଉଛି ।
This platform reflects France's technological vision. India & France have been working closely on a wide range of subjects. Among these, technology & digital are emerging areas of cooperation. It is the need of the hour: PM Modi on 5th edition of VivaTech pic.twitter.com/kHF5wNE8OT
— ANI (@ANI) June 16, 2021
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଆହୁରି କହିଛନ୍ତି ଯେ, ଭାରତରେ ମହାକାଶ, ଖଣି, ପରମାଣୁ ଶକ୍ତି, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପ୍ରମୁଖ ସଂସ୍କାର ଆସିଛି, ଯାହାକି ମହାମାରୀରେ ମଧ୍ୟ ଦେଶ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଛିଡା ହୋଇଥିବା ଦର୍ଶାଇଛି । କରୋନା ମହାମାରୀ ହେତୁ ଗତ ଏକ ବର୍ଷ ମଧ୍ୟରେ ଅନେକ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପଡିଥିଲା କିନ୍ତୁ ଆଜି ଆମର ଧ୍ୟାନ ସେହି କ୍ଷେତ୍ରଗୁଡିକର ଉନ୍ନତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି ଉପରେ ରହିଛି । ଭାରତ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବରେ ଉଭା ହୋଇଛି । ଏହା ସହିତ, ଭାରତର ଇନୋଭେସନ୍ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ବହୁତ ସାହାଯ୍ୟ କରିଛି । କରୋନା ଭାଇରସର ଖରାପ ସମୟରେ ମଧ୍ୟ ଭାରତର ଷ୍ଟାର୍ଟଅପ୍ କ୍ଷେତ୍ରରେ ଉନ୍ନତି ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।












Click it and Unblock the Notifications