Get Updates
Get notified of breaking news, exclusive insights, and must-see stories!

ଯୋଗ କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ, ଦେଶ ତଥା ବିଶ୍ୱ ପାଇଁ ଶାନ୍ତି ଆଣିଥାଏ : ପ୍ରଧାନମନ୍ତ୍ରୀ ମୋଦୀ

କାର୍ଯ୍ୟକ୍ରମ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ । ଯୋଗ ଦ୍ୱାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ । ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ ।

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହାକୁ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ଏହାକୁ ନେଇ ସାରା ଦେଶରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥର ଯୋଗ ଦିବସ 'ମାନବିକତା ପାଇଁ ଯୋଗ' ଥିମ୍ ଉପରେ ଆୟୋଜିତ ହେଉଛି । ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମହୀଶୂରରେ ପ୍ୟାଲେସ ଗ୍ରାଉଣ୍ଡରେ ଏକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଯୋଗ ଦିବସର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି ।

narendra Modi

ସକାଳ ପ୍ରାୟ ସାଢ଼େ 5ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଛନ୍ତି । ପ୍ରାୟ 15 ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ, ବିଜେପିର ସମସ୍ତ ବିଧାୟକ, ଦଳୀୟ ନେତା ଏବଂ 3000 କେନ୍ଦ୍ର ସରକାରୀ କର୍ମଚାରୀ ମୋଦୀଙ୍କ ସହ ଯୋଗ କରିଛନ୍ତି । 45 ମିନିଟ୍‌ ଧରି ଯୋଗ କାର୍ଯ୍ୟକ୍ରମ ଚାଲିଥିଲା ।

ସକାଳ 5.30 ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ । ଯୋଗ ଦ୍ୱାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ । ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ । ଯୋଗ ବର୍ତ୍ତମାନ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଆଜି ଜଗତର ସମସ୍ତ ଭାଗରେ ଯୋଗ ଅଭ୍ୟାସ କରାଯାଉଛି । ଯୋଗ ଆମ ପାଇଁ ଶାନ୍ତି ଆଣିଥାଏ । ଯୋଗ କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ, ଏହା ଆମ ଦେଶ ତଥା ବିଶ୍ୱ ପାଇଁ ଶାନ୍ତି ଆଣିଥାଏ । ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+