କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ, ଟିକା ନେବାକୁ କଲେ ଆହ୍ୱାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (08 ଏପ୍ରିଲ) ଦିନ ଦିଲ୍ଲୀର AIIMS ରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ଟିକା ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ 7 ଟାରେ ଦିଲ୍ଲୀର AIIMS ରେ ପହଞ୍ଚିଥିଲେ ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (08 ଏପ୍ରିଲ) ଦିନ ଦିଲ୍ଲୀର AIIMS ରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ଟିକା ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ 7 ଟାରେ ଦିଲ୍ଲୀର AIIMS ରେ ପହଞ୍ଚିଥିଲେ । ଏହା ପୂର୍ବରୁ ମାର୍ଚ୍ଚ 1 ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ବାୟୋଟେକ କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ । ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ୍ କରି ଟିକା ନେଇଥିବା ସୂଚନା ଦେଇଛନ୍ତି । ଦିଲ୍ଲୀ AIIMS ରେ ନର୍ସ ନିଶା ଶର୍ମା ଏବଂ ସିଷ୍ଚର ପି ନିବେଡା ମୋଦୀଙ୍କୁ ଦ୍ୱିତୀୟ ଟିକା ଦେଇଛନ୍ତି । ସଫଳତାର ସହ ମୋଦୀଙ୍କୁ ଟିକା ଦେବା ପରେ ଉଭୟ ନର୍ସ ଖୁସି ବ୍ୟକ୍ତ କରିଛନ୍ତି ।
ଟିକା ନେବାକୁ ଆହ୍ୱାନ ଦେଲେ ମୋଦୀ
ଟୀକାକରଣର ଦ୍ୱିତୀୟ ଡୋଜ୍ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଯୋଗ୍ୟ ଲୋକଙ୍କୁ ଏହି ଟିକା ନେବାକୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଟିକା ଟିକା ନେବାପରେ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଆଜି ଦିଲ୍ଲୀ AIIMS ରେ କରୋନା ଟିକା ଗ୍ରହଣ କରିଛି । କରୋନାକୁ ପରାସ୍ତ କରିବା ପାଇଁ ଟୀକାକରଣ ଆମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ତେଣୁ ଯଦି ଆପଣ ଏହି ଟିକା ପାଇବାକୁ ଯୋଗ୍ୟ ଅଟନ୍ତି, ତେବେ ଟୀକରକରଣ କରାଇନିଅନ୍ତୁ । " ପିଏମ ମୋଦୀ ଟ୍ୱିଟ ମାଧ୍ୟମରେ ଟିକା ପାଇଁ ପଞ୍ଜୀକରଣ କରିବାକୁ କୋଭିନ ଆପ (CoWin.gov.in) ରେ ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି ।
Got my second dose of the COVID-19 vaccine at AIIMS today.
Vaccination is among the few ways we have, to defeat the virus.
If you are eligible for the vaccine, get your shot soon. Register on https://t.co/hXdLpmaYSP. pic.twitter.com/XZzv6ULdan
— Narendra Modi (@narendramodi) April 8, 2021
ବର୍ତ୍ତମାନ ଦେଶର 45 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି । ଏହାକୁ ସରକାରୀ ଡାକ୍ତରଖାନାରେ ମାଗଣାରେ ବିତରଣ କରାଯାଉଛି । ଏଥି ସହିତ ଘରୋଇ ଡାକ୍ତରଖାନାଗୁଡ଼ିକ ଏଥିପାଇଁ 250-300 ଟଙ୍କା ଶୁଳକ ଆଦାୟ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 9,01,98,673 ଲୋକଙ୍କୁ କରୋନା ଟିକା ଦିଆଯାଇଛି ।












Click it and Unblock the Notifications