ସୈନ୍ୟ ପରାକ୍ରମ ଚର୍ଚ୍ଚାରେ ଲୋଙ୍ଗେଓ୍ୱାଲା ଯୁଦ୍ଧ ମନେ ରହିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଯେବେ ବି ସୈନ୍ୟ ପରାକ୍ରମର କଥା ଚର୍ଚ୍ଚା ହେବ ଲୋଙ୍ଗେଓ୍ୱାଲା ଯୁଦ୍ଧ ନିଶ୍ଚିତ ମନେ ପଡ଼ିବ | ବାଂଲାଦେଶ ନାଗରିକଙ୍କ ଉପରେ ପାକିସ୍ତାନର ଅତ୍ୟାଚାର ପ୍ରସଙ୍ଗ ଉପରୁ ବିଶ୍ୱର ନଜର ହଟାଇବା ପାଇଁ ପାକିସ୍ତାନ ସେନା ଭାରତର ପଶ୍ଚିମ ସୀମାରେ ମୋର୍ଚ୍ଚା ଆରମ୍ଭ କରିଥିଲା |
ଜୈସଲମେର : ଯେବେ ବି ସୈନ୍ୟ ପରାକ୍ରମର କଥା ଚର୍ଚ୍ଚା ହେବ ଲୋଙ୍ଗେଓ୍ୱାଲା ଯୁଦ୍ଧ ନିଶ୍ଚିତ ମନେ ପଡ଼ିବ | ବାଂଲାଦେଶ ନାଗରିକଙ୍କ ଉପରେ ପାକିସ୍ତାନର ଅତ୍ୟାଚାର ପ୍ରସଙ୍ଗ ଉପରୁ ବିଶ୍ୱର ନଜର ହଟାଇବା ପାଇଁ ପାକିସ୍ତାନ ସେନା ଭାରତର ପଶ୍ଚିମ ସୀମାରେ ମୋର୍ଚ୍ଚା ଆରମ୍ଭ କରିଥିଲା | ଭାରତୀୟ ସେନାର ମୁହଁତୋଡ୍ ଜବାବରେ ପାକିସ୍ତାନ ଧରାଶାୟୀ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି |
#WATCH: Whenever history on the excellence of soldiers will be written and read, the Battle of Longewala will be remembered: PM Narendra Modi in Jaisalmer, #Rajasthan pic.twitter.com/d6KSUw7bzZ
— ANI (@ANI) November 14, 2020
ରାଜସ୍ଥାନର ଜୈସଲମେର ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ | ଲୋଙ୍ଗେଓ୍ୱାଲା ଯୁଦ୍ଧ କ୍ଷେତ୍ରରୁ ଯବାନମାନଙ୍କୁ ସମ୍ବୋଧନ କରି କହିଛନ୍ତି, 130 କୋଟି ଭାରତୀୟ ସେନା ସହିତ ଅଛି | ଆଜି ପ୍ରତ୍ୟେକ ଭାରତୀୟ ସୈନିକମାନଙ୍କ ଶକ୍ତି ଏବଂ ସାହସିକତା ପାଇଁ ଗର୍ବିତ | ବିଶ୍ୱର କୌଣସି ଶକ୍ତି ଭାରତର ସୀମା ସୁରକ୍ଷା ଦେବାରେ ଭାରତୀୟ ଯବାନମାନଙ୍କୁ ପରାସ୍ତ କରିପାରିବ ନାହିଁ ବୋଲି କହି ସେ ଯବାନମାନଙ୍କୁ ଉତ୍ସାହିତ କରିଛନ୍ତି |

ଆଜି ପୁରା ବିଶ୍ୱ ବିସ୍ତାରବାଦୀ ଶକ୍ତିକୁ ନେଇ ଚିନ୍ତିତ | ବିସ୍ତାରବାଦ ଚିନ୍ତାଧାରା ଏକ ପ୍ରକାର ମାନସିକ ବିକୃତି | ଏହା 18ଶହ ଶତାବ୍ଦୀର ଚିନ୍ତାଧାରାକୁ ସୂଚାଇଥାଏ | ଏହି ଚିନ୍ତାଧାରା ବିରୋଧରେ ଭାରତ ନିଜର ଶକ୍ତି ଦେଖାଇଛି |
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୀମା ସୁରକ୍ଷା ସମୟରେ ସହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଲୋଙ୍ଗେଓ୍ୱାଲା ପୋଷ୍ଟରେ ଥିବା ମ୍ୟୁଜିୟମ ପରିଦର୍ଶନ କରିଥିଲେ |












Click it and Unblock the Notifications