ବିରୋଧ ମଧ୍ୟରେ ତିନିସେନାର ଘୋଷଣା : ପ୍ରତ୍ୟାହାର ହେବନି ଅଗ୍ନିପଥ ଯୋଜନା, ଜୁନ୍ 24 ରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର ପ୍ରତିନିଧିତ୍ୱ କରୁଥିବା ଏୟାର ମାର୍ଶଲ ଏସକେ ଝା କହିଛନ୍ତି ଯେ ଜୁନ 24 ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ 24 ରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ ।

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ତିନି ସେନା ପକ୍ଷରୁ ମିଳିତ ପ୍ରେସ୍ ମିଟ୍ କରାଯାଇଛି । ଏଥିରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ନ ହେବା ନେଇ ଘୋଷଣା କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର ପ୍ରତିନିଧିତ୍ୱ କରୁଥିବା ଏୟାର ମାର୍ଶଲ ଏସକେ ଝା କହିଛନ୍ତି ଯେ ଜୁନ 24 ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ 24 ରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ତାଲିମ ଡିସେମ୍ବର ସୁଦ୍ଧା ଆରମ୍ଭ ହୋଇଯିବ ।

agnipath scheme

ଅଗ୍ନିପଥ ଯୋଜନାରେ କୌଣସି ପ୍ରକାର ପାତର ଅନ୍ତର ହେବ ନାହିଁ । ଆସନ୍ତା 5 ବର୍ଷରେ 50 ରୁ 60 ହଜାର ଯୁବକଙ୍କୁ ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 25 ହଜାର ହେବ । ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହି ଯୋଜନା ସମ୍ପର୍କରେ ମତ ରଖିଛନ୍ତି ତିନିସେନା । ସାମରିକ ବ୍ୟାପାର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି- ଡ୍ୟୁଟି ବେଳେ ପ୍ରାଣ ଚାଲିଗଲେ ମିଳିବ 1 କୋଟି ଚଙ୍କାର କ୍ଷତିପୂରଣ । ସେ ଆହୁରି କହିଛନ୍ତି ଯେ ଭାରତୀୟ ସାମରିକ ବାହିନୀରେ ଏପରି ସଂସ୍କାର ବିଗତ ଅନେକ ବର୍ଷ ଧରି ବକେୟା ରହିଥିଲା । ଏହି ସଂସ୍କାର ଦ୍ୱାରା ସେନା ଯବାନଙ୍କ ହାରାହାରି ବୟସ ହ୍ରାସ ପାଇବ ଯାହାକି ସେନାର ଦକ୍ଷତା ବୃଦ୍ଧି କରିବ । ଏବେ ସେନାର ଅଧିକାଂଶ ଯବାନଙ୍କ ବୟସ 30 ବର୍ଷରୁ ଅଧିକ ରହିଛି ।

ଏହା ସହ ନିୟମିତ ସୈନିକଙ୍କ ପରି ଅଗ୍ନିବୀରଙ୍କୁ ମିଳିବ ସମାନ ଭତ୍ତା । ପ୍ରତିରକ୍ଷା ବିଭାଗରେ ଚାକିରି ଏକ ଭାବ ପ୍ରବଣତାର ପ୍ରତୀକ । ଏହାକୁ ଦରମା ସହ ତୁଳନା କରାଯାଇ ନପାରେ ବୋଲି କହିଛନ୍ତି ପୁରି । ସେ ଆହୁରି କହିଛନ୍ତି ଭବିଷ୍ୟତର ଯୁଦ୍ଧ ପ୍ରଯୁକ୍ତିଗତ ଭାବେ ସୁବିଧା ହେବ । ଏଥିଲାଗି ଭିନ୍ନ ପ୍ରକାର ଯବାନଙ୍କ ଆବଶ୍ୟକତା ଥିବାରୁ ଅଗ୍ନିପଥ ଯୋଜନା କରାଯାଇଛି । ୧୯୮୯ ମସିହାରୁ ଅଗ୍ନିପଥ ଯୋଜନା ପଡ଼ିରହିଥିଲା । ମାତ୍ର ବର୍ତ୍ତମାନ ତାହାକୁ କାର୍ଯ୍ୟକାରୀ କରାଯାଉଛି ।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ସ୍କିମକୁ ନେଇ କରାଯାଉଥିବା ହିଂସା ଠିକ ନୁହେଁ । ହିଂସା କରୁଥିବା ପିଲାମାନଙ୍କୁ ଏହି ସ୍କିମରେ ସାମିଲ କରାଯିବ ନାହିଁ ।

ଅନ୍ୟପକ୍ଷରେ ନୌସେନାର ପ୍ରତିନିଧିତ୍ବ କରୁଥିବା ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି ଯେ, ନୌସେନା ପୁରୁଷଙ୍କ ସମେତ ମହିଳା ଅଗ୍ନିବୀରଙ୍କ ନିଯୁକ୍ତ ମଧ୍ୟ କରିବ । ନଭେମ୍ବର 21 ରୁ ପ୍ରଥମ ବ୍ୟାଚ ନାଭାଲ ଅଗ୍ନିବୀରଙ୍କ ତାଲିମ ଆଇଏନଏସ ଚିଲିକାରେ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+