ସଂସଦ ଅଭିଭାଷଣରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଲେ ରାଷ୍ଟ୍ରପତି, ଦିଲ୍ଲୀ ହିଂସାକୁ କହିଲେ ଦୁର୍ଭାଗ୍ୟଜନକ
ଆର୍ଥିକ ବର୍ଷ 2021-22 ପାଇଁ ବଜେଟ୍ ଅଧିବେଶନ ଆରମ୍ଭରୁ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଦେଶରେ କୃଷି କାର୍ଯ୍ୟରେ ହୋଇଥିବା ଅଗ୍ରଗତି ଓ କୃଷକ ସଶକ୍ତିକରଣ ପାଇଁ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2021-22 ପାଇଁ ବଜେଟ୍ ଅଧିବେଶନ ଆରମ୍ଭରୁ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଦେଶରେ କୃଷି କାର୍ଯ୍ୟରେ ହୋଇଥିବା ଅଗ୍ରଗତି ଓ କୃଷକ ସଶକ୍ତିକରଣ ପାଇଁ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ସହିତ କୃଷକ ମାନଙ୍କୁ ବଜାର ଉପଲବ୍ଧ କରାଇବା ପାଇଁ ସରକାର ବିହନ ଠାରୁ ଆରମ୍ଭ କରି ବଜାରୀକରଣର ସୁବିଧା କରିଛନ୍ତି । ଏହା ଫଳରେ ଚାଷୀଭାଇ ମାନେ ଉପକୃତ ହୋଇପାରିବେ । ସରକାର କେବଳ ଏମ୍ଏସପିରେ କିଣାବିକା କରୁନାହାନ୍ତି ବରଂ କ୍ରୟ କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ।
ନୂଆ କୃଷି ଆଇକୁ ନେଇ ରାଷ୍ଟ୍ରପତି କହିଛନ୍ତି, ଅନେକ ବିଚାରବିମର୍ଶ ପରେ ସଂସଦରେ 3ଟି କୃଷି ବିଲ୍ ପାସ୍ ହୋଇଛି । ନୂଆ କୃଷି ବିଲ୍ ଯୋଗୁଁ 10 କୋଟି ଛୋଟ ଚାଷୀ ଲାଭ ପାଇବେ । ତେବେକୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଧ୍ୟାନ ଦେବାକୁ ସମୟ ଅସିଛି। ଦେଶର 80 ପ୍ରତିଶତ ଚାଷୀ ଛୋଟ ଚାଷୀ, ଯେଉଁମାନଙ୍କର ସଂଖ୍ୟା 10 କୋଟିରୁ ଅଧିକ । ଆଉ ଏହି ଚାଷୀଙ୍କୁ ସହାୟତା ପାଇଁ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ପାଖାପାଖି ଏକ ଲକ୍ଷ ତେର ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । 2013-14 ମସିହାରେ, ଯେଉଁଠାରେ କେବଳ 42 ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଥିଲା, ଆଜି 56 ଲକ୍ଷ ହେକ୍ଟରରୁ ଅଧିକ ଜମି ମାଇକ୍ରୋ ଜଳସେଚନ ବ୍ୟବସ୍ଥା ସହିତ ଯୋଡି ହୋଇଛି । ଯାହାକି କୃଷି କ୍ଷେତ୍ରକୁ ଆହୁରି ଶସକ୍ତ କରିବା ପାଇଁ ସରକାରଙ୍କ ସକରାତ୍ମକ ଆଭିମୁଖ୍ୟ ରହିଛି ବୋଲି ରାମ ନାଥ କହିଛନ୍ତି ।

ଏହା ବ୍ୟତୀତ ତିନୋଟି କୃଷି ଆଇନକୁ ବିରୋଧ କରି ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସାକୁ ରାଷ୍ଟ୍ରପତି ନିନ୍ଦା କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି, ଯେଉଁ ସମ୍ବିଧାନ ଆମକୁ ଅଧିକାର ସାବ୍ୟସ୍ତ କରିବାର ଅନୁମତି ଦେଇଛି, ଆଇନ ବ୍ୟବସ୍ଥାର ଅନୁପାଳନ ପାଇଁ ମଧ୍ୟ ସେଥିରେ ଉଲ୍ଲେଖ ରହିଛି । ତେଣୁ ଗଣତନ୍ତ୍ର ଦିବସରେ ଏପରି ହିଂସା ଦୁର୍ଭାଗ୍ୟଜନକ ।
ଆଜିର ଅଭିଭାଷଣରେ ରାଷ୍ଟ୍ରପତି କରୋନା ମହାମାରୀ ସମୟର ସ୍ଥିତିକୁ ମଧ୍ୟ ଆଲୋକପାତ କରିଛନ୍ତି । କୋରନାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା କମ୍ ରହିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି । ଏଥିସହିତ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବହୁତ୍ କମ୍ ରହିଛି ଏବଂ ପ୍ରତ୍ୟେକ ଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ ଅଭିଭାଷଣରେ ସେ ଆହୁରି କହିଛନ୍ତି, କରୋନା କାଳରେ ଆମେ ବହୁ ଦେଶବାସୀଙ୍କୁ ହରାଇଛୁ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ 6ଜଣ ସଂସଦର ସଦସ୍ୟଙ୍କ କରୋନା ସମୟରେ ପରଲୋକ ହୋଇଛି । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଚ୍ରପତି ।

ଏଥିସହିତ ଆତ୍ମନିର୍ଭର ଭାରତ ପ୍ରସଙ୍ଗରେ ରାଷ୍ଟ୍ରପତି କହିଛନ୍ତି, ଏହା ଦ୍ୱାରା ଭାରତ କୌଣସି ଦେଶ ଉପରେ ନିର୍ଭର ନକରି ଦେଶ ମଧ୍ୟରେ ନିଜର ଦୁଇଟି କରୋନା ଟିକା ପ୍ରସ୍ତୁତ କରାଯାଇଛି । ଏହା ସହିତ ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି । ଏଥିସହିତ ଭାରତ ଅନ୍ୟ 150 ଦେଶକୁ କରୋନା ଟିକା ଯୋଗାଉଛି, ଯାହାକି ଭାରତ ପାଇଁ ଏକ ଗୌରବର ବିଷୟ ବୋଲି ସେ ତାଙ୍କ ଅଭିଭାଷଣରେ କହିଛନ୍ତି ।
ସଂସଦର ବଜେଟ୍ ଅଭିଭାଷଣରେ ରାଷ୍ଚ୍ରପତି ଦେଶର ଯବାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି , ଦେଶ କରୋନା କାଳରେ ଯେତେବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲା ବାହ୍ୟ ଶତ୍ରୁ ମଧ୍ୟ ଭାରତରେ ବିଶୃଙ୍ଖଳା ସୃଷ୍ଚି କରିବା ନେଇ ପ୍ରୟାସ କରିଥିଲେ । ସେମାନଙ୍କୁ ବିରୋଧ କରିବା ସହ ଭାରତମାତାର ସୁରକ୍ଷା ପାଇଁ ଦେଶର 20ଜଣ ଯବାନ୍ ସହୀଦ୍ ହୋଇଛନ୍ତି । ସେମାନଙ୍କ ବଳିଦାନ ପାଇଁ ସାରା ଭାରତବାସୀ କୃତଜ୍ଞ ବୋଲି କହିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି । ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ । 2014 ରେ ଦେଶରେ 387 ମେଡିକାଲ କଲେଜ ଥିଲା, ଏବେ 562 କଲେଜ ଅଛି । ଦେଶରେ ଆଉ ନୂଆ 22ଟି ଏମ୍ସ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି ।
ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ସେ କହିଛନ୍ତି, ମହାତ୍ମାଗାନ୍ଧୀଙ୍କ ଅନୁସାରେ ଗ୍ରାମାଞ୍ଚଳର ବିକାଶ ହିଁ ଦେଶର ପ୍ରକୃତ ବିକାଶ । ତେଣୁ ଗ୍ରାମାଞ୍ଚଳର ବିକାଶ ଦିଗରେ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ଗ୍ରାମାଞ୍ଚଳକୁ ଯାତାୟତ, ବିଜୁଳୀକରଣର ସୁବିଧା କରିବା ସହ 2022 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ପକ୍କା ଘର ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications