ନରେନ୍ଦ୍ର ମୋଦୀ ନାମରେ ନାମିତ ହେଲା ଦୁନିଆର ସର୍ବ ବୃହତ କ୍ରିକେଟ୍ ଷ୍ଟାଡିୟମ୍
ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ଆଜି ଭାରତର ରାଷ୍ଚ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି । ଗୁଜୁରାଟର ଅହମ୍ମଦବାଦ ସହରରେ ଥିବା ମୋଟେରା ଷ୍ଟାଡିୟମ୍ ବର୍ତ୍ତମାନ ଦୁନିଆର ସର୍ବବୃହତ୍ କ୍ରିକେଟ୍ ଷ୍ଚାଡିୟମ୍ ଭାବେ ପରିଗଣିତ ହେବ ।
ଅହମ୍ମଦାବାଦ : ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ଆଜି ଭାରତର ରାଷ୍ଚ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି । ଗୁଜୁରାଟର ଅହମ୍ମଦବାଦ ସହରରେ ଥିବା ମୋଟେରା ଷ୍ଟାଡିୟମ୍ ବର୍ତ୍ତମାନ ଦୁନିଆର ସର୍ବବୃହତ୍ କ୍ରିକେଟ୍ ଷ୍ଚାଡିୟମ୍ ଭାବେ ପରିଗଣିତ ହେବ । ଏଥିସହିତ ଏହି ଷ୍ଟାଡିୟମକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି ।

ଏହି ଷ୍ଟାଡିୟମରେ 1 ଲକ୍ଷ 10 ହଜାର ଲୋକ ବସି ଖେଳ ଉପଭୋଗ କରିପାରିବେ । ମେଲ୍ବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ରେ ଦର୍ଶକ କ୍ଷମତା ୧ ଲକ୍ଷ 24 ଥିବା ବେଳେ ଏହାକୁ ମୋଟେରା ଷ୍ଟାଡିୟମ୍ ଅତିକ୍ରମ କରିଛି । ଏଠାରେ ପୂର୍ବରୁ ଥିବା ଷ୍ଟାଡିୟମ୍କୁ ଭାଙ୍ଗି ଏହି ନୂତନ ଷ୍ଟାଡିୟମ୍ ନିର୍ମାଣ କରାଯାଇଛି । ଏହାର ପରିସର ମୋଟ 63 ଏକର ଥିବା ବେଳେ ଏହି ଷ୍ଟାଡିୟମର ପୁନଋ ନିର୍ମାଣ ପାଇଁ 800 କୋଟି ଟଙ୍କା ଖର୍ଚ୍ଚ ହୋଇଛି । 2015 ରୁ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭହୋଇ 5ବର୍ଷ ପରେ 2020 ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଦୁନିଆରସବୁଠାରି ବଡ଼ କ୍ରିକେଟ୍ ଷ୍ଟାଡିୟମ୍ରେ 25 ଜଣ ଦର୍ଶକ କ୍ଷମତା ବିଶିଷ୍ଟ 76 ଟି କର୍ପୋରେଟ୍ ବକ୍ସ ରହିଛି । ଏଥିସହିତ ଏତେସଂଖ୍ୟକ ଦର୍ଶକଙ୍କ ଗାଡ଼ି ପାର୍କଂ ପାଇଂ ଅତ୍ୟନ୍ତ ସୁବ୍ୟବସ୍ଥା କରାଯାଇଛି । ଏହି ଷ୍ଟାଡିୟମ୍ ପରିସରରେ 3000 କାର୍ ଓ 10 ହଜାର ଦୁଇଚକିଆ ଯାନ ରହିବାର ସୁବିଧା ରହିଛି । ଷ୍ଟାଡିୟମ୍ ମଧ୍ୟରେ ଏକ କ୍ରିକେଟ୍ ଏକାଡେମୀ ଥିବା ବେଳେ ଅନ୍ୟ କିଛି ଖେଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ଯାତାୟତ ସୁବିଧା ପାଇଁ ଷ୍ଟାଡିୟମ୍ ସମ୍ମୁଖରେ ଏକ ମେଟ୍ରୋ ଷ୍ଟେସନ୍ ରହିଛି । ଷ୍ଟାଡିୟମ୍ରେ ପ୍ରବେଶ ପାଇଁ ମୋଟ 3ଟି ମୁଖ୍ୟ ଫାଟକ ରହିଛି । ଭାରତର ପ୍ରଥମ ଷ୍ଟାଡିୟମ୍ ଭାବେ ଏଥିରେ ଏଲ୍ଇଡି ଲାଇଟ୍ ଲଗାଯାଇଛି । ଷ୍ଟାଡିୟମ୍ରେ କ୍ଲବ୍ ହାଉସ୍ରେ 55ଟି କୋଠରୀ ରହିଛି । କ୍ଲବ୍ ହାଉସ୍ ମଧ୍ୟରେ ଇନ୍ଡୋର ଓ ଆଉଟ୍ଡୋର କ୍ରୀଡ଼ା ପାଇଁ ସୁବିଧା ଥିବା ବେଳେ ରେସ୍ତୋରାଁ, ଅଲମ୍ପିକ୍ ଆକାରର ସନ୍ତରଣ ପୁଲ୍, ଜିମ୍ନାସିୟମ୍ ଓ 3ଡି ପ୍ରୋଜେକ୍ଟର ଥିଏଟର ରହିଛି । ଷ୍ଟାଡିୟମ୍ର ସମସ୍ତ ଗ୍ୟାଲେରୀରେ ଖାଦ୍ୟ ଯୋଗାଇବା ପାଇଁ ଫୁଡ୍ କୋର୍ଟ ରହିଛି ।
ଏହି ଉଦ୍ଘାଟନୀ ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଦୁଇ ଥର ଆଞ୍ଜିଓପ୍ଲାଷ୍ଟି ହୋଇଥିବା କାରଣରୁ 'ବିସିସିଆଇ'ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ପାରି ନାହାନ୍ତି ।
ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ, ଏହି ନବନିର୍ମିତ ମୋଟେରା ଷ୍ଟାଡିୟମ୍ ଖାଲି ସର୍ବବୃହତ୍ ନୁହେଁ, ବିଶ୍ୱର ଅନ୍ୟତମ ସର୍ବୋତ୍ତମ ଷ୍ଟାଡିୟମ୍ ମଧ୍ୟ । ଟେଷ୍ଟ୍ ମ୍ୟାଚ୍ର ଦିନକ ପୂର୍ବରୁ ରିଜିଜୁ ଏବଂ ବିସିସିଆଇ ସେକ୍ରେଟେରି ଜୟ ଶାହ ଏହି ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ ।












Click it and Unblock the Notifications