Get Updates
Get notified of breaking news, exclusive insights, and must-see stories!

73ତମ ଗଣତନ୍ତ୍ର ଦିବସ : 384 ବୀରତା ପୁରସ୍କାର ଘୋଷଣା କଲେ ରାଷ୍ଟ୍ରପତି

73ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ଅନ୍ୟମାନଙ୍କ ପାଇଁ 384 ବୀରତା ପୁରସ୍କାର ଅନୁମୋଦନ କରିଛନ୍ତି ।

ନୂଆଦିଲ୍ଲୀ : 73ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ଅନ୍ୟମାନଙ୍କ ପାଇଁ 384 ବୀରତା ପୁରସ୍କାର ଅନୁମୋଦନ କରିଛନ୍ତି । ଏଥିମଧ୍ୟରେ 12 ଟି ସୌର୍ଯ୍ୟ ଚକ୍ର, 3 ସେନା ପଦକ (ବୀରତା), 81 ସେନା ପଦକ (ବୀରତା) ଏବଂ 2 ବାୟୁ ସେନା ପଦକ (ବାରତୀ) ଅନ୍ତର୍ଭୁକ୍ତ ।

ram nath kovind

ଏହାପୂର୍ବରୁ ରାଷ୍ଟ୍ରପତି 51 ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର 2021 କୁ ପ୍ରଦାନ କରିବାକୁ ଅନୁମୋଦନ କରିଥିଲେ । 51 ଜଣ ବ୍ୟକ୍ତିବିଶେଷଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର 2021 ପ୍ରଦାନ କରାଯାଇଥିଲା, ଯେଉଁଥିରେ 6 ଟି ସର୍ବୋତ୍ତମ ଜୀବନ ରକ୍ଷା ପଦକ୍, 16 ଟି ଉତ୍ତମ ଜୀବନ ରକ୍ଷା ପଦକ ଏବଂ 29 ଟି ଜୀବନ ରକ୍ଷା ପଦକ ରହିଛି । 5ଜଣଙ୍କୁ ମରଣୋତ୍ତର ପୁରସ୍କାର ମିଳିଛି । ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାର ସମ୍ମାନଜନକ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଏଥି ସହିତ, ଗଣତନ୍ତ୍ର ଦିବସରେ ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା 4 ରାଜପୁତାନା ରାଇଫଲ୍ସର ସୁବେଦାର ନୀରଜ ଚୋପ୍ରାଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ ।

ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଦେଶର ନିରାପତ୍ତାରେ ଅଦମ୍ୟ ସାହସ ପ୍ରଦର୍ଶନ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ସୈନିକମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଇଥାଏ । ଏଥି ସହିତ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସତର୍କତାକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ପୋଲିସ୍ କର୍ମୀମାନେ ମୁତୟନ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+