ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ ନିଷ୍ପତ୍ତି, 12 ଉପ ରାଜ୍ୟପାଳଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଅଧିକାର

ଶିଳ୍ପ ସମ୍ପର୍କ ସଂକେତ, 2020 ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସ୍ଥିତି ସଂହିତା, 2020 ସମ୍ବନ୍ଧରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦୁଇଟି କ୍ଷମତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Draupadi murmu

ନୀଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ କ୍ଷମତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । 12 ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଗୁରୁତ୍ୱପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଶିଳ୍ପ ସମ୍ପର୍କ ସଂକେତ, 2020 ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସ୍ଥିତି ସଂହିତା, 2020 ସମ୍ବନ୍ଧରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦୁଇଟି କ୍ଷମତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ଦୁଇଟି ନୂତନ କ୍ଷମତା ଦିଆଯାଇଛି । ଶିଳ୍ପ ସମ୍ପର୍କ ସଂକେତ, 2020 ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସର୍ତ୍ତାବଳୀ କୋଡ୍, 2020 ଅନୁଯାୟୀ କେବଳ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (NCT)ରେ ଆବଶ୍ୟକ କ୍ଷେତ୍ରରେ ନିୟମ ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।

ବିଜ୍ଞପ୍ତି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଏବଂ ନଗର ହାବେଳୀ, ଡାମନ ଏବଂ ଡିୟୁ, ଚଣ୍ଡିଗଡ଼, ପୁଡୁଚେରୀ ଏବଂ ଲାକ୍ଷାଦ୍ୱୀପ ସମେତ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମଧ୍ୟ ସମାନ କ୍ଷମତା ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+