ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ଅସ୍ତ୍ରୋପଚାର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଛି । ସେ ମୋତିଆବିନ୍ଦୁ ସମସ୍ୟାରେ ପୀଡିତ ଥିଲେ । ଜଣାଶୁଣା ଚକ୍ଷୁ ବିଶେଷଜ୍ଞ ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ଏହି ଅପରେସନ୍ କରାଯାଇଛି ।
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଛି । ସେ ମୋତିଆବିନ୍ଦୁ ସମସ୍ୟାରେ ପୀଡିତ ଥିଲେ । ଜଣାଶୁଣା ଚକ୍ଷୁ ବିଶେଷଜ୍ଞ ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ଏହି ଅପରେସନ୍ କରାଯାଇଛି । ଅସ୍ତ୍ରୋପଚାର ସଫଳ ହେବା ପରେ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ବାମ ଆଖିରେ ମୋତିଆବିନ୍ଦୁ ସମସ୍ୟା ମଧ୍ୟ ରହିଥିଲା । ଯାହାର ଅସ୍ତ୍ରୋପଚାର 16 ଅକ୍ଟୋବରରେ କରାଯାଇଥିଲା । ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଦଳ ମଧ୍ୟ ଏହି ଅପରେସନ୍ କରିଥିଲେ । ରାଷ୍ଟ୍ରପତିଙ୍କ ବାମ ଆଖି ଦିଲ୍ଲୀ କ୍ୟାଣ୍ଟରେ ଅବସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଏବଂ ରେଫରାଲରେ କରାଯାଇଥିଲା ।
ଗତ କିଛି ଦିନ ହେଲା, ମହାମହିମ ଆଖି ସମସ୍ୟାରେ ପୀଡିତ ଥିଲେ । ବର୍ତ୍ତମାନ ତାଙ୍କର ଉଭୟ ଆଖିରେ ଅସ୍ତ୍ରୋପଚାର କରାଯାଇଛି । ଏହା ପରେ ମୋତିଆବିନ୍ଦୁର ଚିକିତ୍ସା ସମାପ୍ତ ହୋଇଛି । ତେବେ ଅପରେସନ୍ ପରେ ଡାକ୍ତରମାନେ ଉଜ୍ଜ୍ୱଳ ଆଲୋକରୁ ଦୂରେଇ ରହିବାକୁ ଏବଂ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications