Get Updates
Get notified of breaking news, exclusive insights, and must-see stories!

ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଚ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେମାନେ ସକାଳେ ଦିଲ୍ଲୀର ସଦୈବ ଅଟଳ ସ୍ଥଳରେ ପହଞ୍ଚି ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହା ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ ବିର୍ଲା, ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ସେଠାରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

draupadi murmu

ଆପଣଙ୍କୁ କହି ରଖୁଛୁ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଅଟଳ ବିହାରୀ ବାଜପେୟୀଙ୍କୁ ଜଣେ ଶକ୍ତିଶାଳୀ ନେତା ତଥା ଜଣେ ବକ୍ତା ଭାବରେ ସ୍ମରଣ କରାଯାଇଥାଏ । ତାଙ୍କୁ କେବଳ ତାଙ୍କ ଦଳ ନୁହେଁ ବିରୋଧୀ ଦଳ ମଧ୍ୟ ସମ୍ମାନ କରୁଥିଲେ ।

ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ 16 ଅଗଷ୍ଟ 2018 ରେ ଅଟଳ ବିହାରୀ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା । ସେ 25 ଡିସେମ୍ବର 1924 ରେ ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ । ଦେଶ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି 2015 ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଅଟଳ ବିହାରୀ ବାଜପେୟୀ ସଂସଦ ଭିତରେ ଓ ବାହାରେ ଯେପରି ଭାଷଣ ଦେଉଥିଲେ ତାହାର ସମସ୍ତେ ପ୍ରଶଂସକ ଥିଲେ । ସେ କେବଳ ଜଣେ ଭଲ ବକ୍ତା ନୁହଁନ୍ତି, ଜଣେ କବି ଏବଂ ସାମ୍ବାଦିକ ମଧ୍ୟ ଥିଲେ । ସେ ଜୀବନ କାଳରେ ଶିକ୍ଷା, ଭାଷା, ସମାଜ ଏବଂ ସାହିତ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଭାବରେ ଜଣାଶୁଣା । 1957 ମସିହାରେ ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀ ଉତ୍ତରପ୍ରଦେଶର ବଳରାମପୁର ସଂସଦୀୟ ଆସନରୁ ନିର୍ବାଚନରେ ଜିତିଥିଲେ । ଏହା ପରେ, 1996 ରୁ 2004 ପର୍ଯ୍ୟନ୍ତ ସେ ତିନିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । କେବଳ ଏତିକି ନୁହେଁ, 1996 ରେ ସେ ମାତ୍ର 13 ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ 1999 ରେ ଅଟଳ ବିହାରୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ 5 ବର୍ଷ ପୂରଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+