ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଆଇଜଲଠାରେ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି ।
ଆଇଜଲ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟ ଇଂରାଜୀ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିଜିଟାଲ ପାଠ୍ୟକ୍ରମ ପ୍ରଦାନ କରାଯିବ । ଏହାବ୍ୟତୀତ ଏହି କେନ୍ଦ୍ରରୁ ମଧ୍ୟ ସ୍ପଳ୍ପ ଅବଧିର ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ଏହି କ୍ୟାମ୍ପସକୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, "ଆଇଜଲର ଏହି ନବ ଉଦ୍ଘାଟିତ କ୍ୟାମ୍ପସ ସମଗ୍ର ଉତ୍ତର ପୂର୍ବଞ୍ଚଳର ଆବଶ୍ୟକତା ପୂରଣ କରିବ । ଏହା ଦ୍ୱାରା ଏହି ଅଞ୍ଚଳରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏଭଳି ଏକ କ୍ୟାମ୍ପସ ଉଦ୍ଘାଟନ କରି ମୁଁ ବିଶେଷ ଆନନ୍ଦିତ ।"
ସେ ଆହୁରି କହିଛନ୍ତି ଯେ ଆଇଆଇଏମ୍ସି ଭାରତର ଏକ ପ୍ରତିଷ୍ଠିତ ଓ ମର୍ଯ୍ୟାଦାଜନକ ଜନସଂଚାର ଓ ଗଣଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନକାରୀ ସଂସ୍ଥା । ଏହା ପ୍ରଗତିଶୀଳ ଶିକ୍ଷଣ ଏବଂ କାର୍ଯ୍ୟ କରିବାର ଉତ୍ତମ ପରିବେଶ ମାଧ୍ୟମରେ ନୂଆ ବିଚାର ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଗବେଷଣାର ସୁଯୋଗ ଯୋଗାଇ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ନୂଆ ନେତୃତ୍ୱ ଓ ନବସୃଜନକାରୀଙ୍କୁ ସୃଷ୍ଟି କରୁଛି ।
ଭାରତୀୟ ଜନ ସଂଚାର ସଂସ୍ଥାନ ବା ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନ (ଆଇଆଇଏମ୍ସି) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ଏହା ଭାରତର ଏକ ପ୍ରମୁଖ ଓ ପ୍ରତିଷ୍ଠିତ ସାମ୍ବାଦିକତା ତଥା ଗଣଯୋଗାଯୋଗ ପ୍ରତିଷ୍ଠାନ । ଏହାର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଥିବାବେଳେ ଦେଶର ପାଞ୍ଚଟି ସ୍ଥାନରେ ଆଞ୍ଚଳିକ କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡିକ ହେଲା-ଓଡିଶାର ଢେଙ୍କାନାଳ, ମିଜୋରାମର ଆଇଜଲ, ଜାମ୍ମୁ କାଶ୍ମୀରର ଜାମ୍ମୁ, କେରଳର କୋଟ୍ଟାୟମ ଏବଂ ମହାରାଷ୍ଟ୍ରର ଅମରାବତୀ । ଦେଶର ବିଭିନ୍ନ ଭାଗ ଓ ଅଞ୍ଚଳର ଆବଶ୍ୟକତା ପୂରଣ କରିବାକୁ ଆଇଆଇଏମ୍ସିର ଆଞ୍ଚଳିକ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି । ଏହା ଫଳରେ ଗଣମାଧ୍ୟମ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶର ଅ।ବଶ୍ୟକତା ପୂରଣ ହୋଇପାରୁଛି ।
ଆଇଆଇଏମ୍ସିର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ୍ ୨୦୧୧ରୁ ଏକ ଅସ୍ଥାୟୀ ଭବନରୁ କାମ କରିଆସୁଛି । ମିଜୋରାମ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଭବନ ଯୋଗାଇ ଦିଆଯାଇଥିଲା । ଏହାର ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା । ଏଥିପାଇଁ ମୋଟ ୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିନିମନ୍ତେ ଆଠ ଏକର ଜମି ମିଜୋରାମ ବିଶ୍ୱବିଦ୍ୟାଳୟ ଯୋଗାଇ ଦେଇଛି । ନୂଆ ସ୍ଥାୟୀ କ୍ୟାମ୍ପସରେ ଆଇଆଇଏମ୍ସିର ସ୍ୱତନ୍ତ୍ର ପ୍ରଶାସନିକ ଓ ଏକାଡେମିକ ବିଲ୍ଡିଂ ତିଆରି କରାଯାଇଛି । ଏହାଛଡା ହଷ୍ଟେଲ ଓ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ ମଧ୍ୟ ତିଆରି ହୋଇଛି ।
ଆଇଆଇଏମ୍ସିର ଆଇଜଲ କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କୁ ପାଠ ଶେଷ ପରେ ନିଯୁକ୍ତି ଦେବାର କ୍ୟାମ୍ପସ୍ ପ୍ଲେସମେଣ୍ଟ ବ୍ୟବସ୍ଥା ରହିଛି । ପ୍ରତିବର୍ଷ ଦୂରଦର୍ଶନ, ଆକାଶବାଣୀ, ପିଟିଆଇ ସମେତ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ଗଣମାଧ୍ୟମରେ ସେମାନେ ନିଯୁକ୍ତି ପାଉଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications