Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

draupadi murmu

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପାଇବାରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏହି ସମ୍ମାନ ସୁରିନାମ ରିପବ୍ଲିକର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାନ୍ତୋଖୀଙ୍କ ଠାରୁ ଗ୍ରହଣ କରିଥିଲେ ।

ପୁରସ୍କାର ପାଇବା ପରେ ମୁର୍ମୁ କହିଛନ୍ତି ଯେ ଏହି ସମ୍ମାନ କେବଳ ତାଙ୍କ ପାଇଁ ନୁହେଁ ବରଂ ଭାରତର ଲୋକଙ୍କ ପାଇଁ ମଧ୍ୟ ମହତ୍ୱ ରହିଛି । ଏହି ସମ୍ମାନ ପାଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅଟେ । ଏହି ସ୍ୱୀକୃତି କେବଳ ମୋ ପାଇଁ ନୁହେଁ, ଭାରତର 1.4 ବିଲିୟନ ଲୋକଙ୍କ ପାଇଁ ମଧ୍ୟ ମହତ୍ୱପୂର୍ଣ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏହି ସମ୍ମାନକୁ ଭାରତୀୟ-ସୁରିନାମ ସମ୍ପ୍ରଦାୟର କ୍ରମାଗତ ପିଢୀ ପାଇଁ ଉତ୍ସର୍ଗ କରିଛି, ଯେଉଁମାନେ ଆମର ଦୁଇ ଦେଶ ମଧ୍ୟରେ ଭ୍ରାତୃ ସମ୍ପର୍କକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ସର୍ବିଆ ଏବଂ ସୁରିନାମ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍ 4 ରେ ସୁରିନାମ ପାରାମାରିବୋରେ ପହଞ୍ଚିଥିଲେ । ଜୋହାନ ଆଡଲଫ ପେଙ୍ଗେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାନ୍ତୋଖୀ ସ୍ୱାଗତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+