ଟିକା ନ ନେଲେ ମିଳିବନି ମଦ : ଅଧିକାରୀଙ୍କ ନିର୍ଦ୍ଦେଶ
ଟୀକାକରଣ ପ୍ରତି ଲୋକଙ୍କୁ ସଚେତନ ତଥା ଆକୃଷ୍ଚ କରିବା ପାଇଁ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ବିନା ଟିକା ପ୍ରମାଣ ପତ୍ରରେ ମଦ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ହେମନ୍ତ କୁମାର
ଉତ୍ତରପ୍ରଦେଶ : ଟିକା ନେଇ ନଥିଲେ ମିଳିବନି ମଦ । ଏପରି ପୋଷ୍ଟର ଦେଖିବାକୁ ମିଳିଛି ମଦ ଦୋକାନ ଆଗରେ । ଗୋଟିଏ ପଟେ ସାରା ଦେଶ କରୋନା କବଳରେ ଜର୍ଜରିତ ହେଉଥିବା ବେଳେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟୀକାକରଣ ପ୍ରତି ଲୋକଙ୍କୁ ସଚେତନ ତଥା ଆକୃଷ୍ଚ କରିବା ପାଇଁ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ବିନା ଟିକା ପ୍ରମାଣ ପତ୍ରରେ ମଦ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ହେମନ୍ତ କୁମାର ସିଂ ।

ଏହା ପରେ ପ୍ରତି ମଦ ଦୋକାନ ସାମ୍ନାରେ ଲାଗିଛି ପୋଷ୍ଟର । କୋଭିଡ ଭ୍ୟାକ୍ସିନେସନର ସାର୍ଟିଫିକେଟ୍ ନଦେଖେିଲେ ମଦ ବିକ୍ରି ନକରିବାକୁ କଡ଼ା ନର୍ଦ୍ଦେଶ ଦେଇଛନ୍ତି ଏସଡିଏମ । ଡେପୁଟି କଲେକ୍ଟରଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଲୋକମାନେ ସାଥିରେ ପ୍ରମାଣପତ୍ର ଆଣୁଥିବା ଦେଖିବାକୁ ମିଳିଛି । ତେବେ ନିୟମ ଅନୁସାରେ ମଦ ବିକ୍ରି ହେଉଛି ନା ନାହିଁ ପର୍ଯ୍ୟାୟକ୍ରମେ ଦୋକାନଗୁଡ଼ିକୁ ଯାଞ୍ଚ ହେବ, ନହେଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଲିଗଡରେ ମଦ ପିଇ ଅନେକ ଲୋକ ପ୍ରାଣ ହରାଇବା ପରେ ପ୍ରଶାସନ ଏବଂ ପୋଲିସ ଏବେ ଆକ୍ସନ ମୋଡରେ ଅଛନ୍ତି ।
ତେବେ ଏନେଇ ଅବକାରୀ ଅଧିକାରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଏପରି କୌଣସି ନିର୍ଦ୍ଦେଶାନାମା ଜାରି କରାଯାଇ ନାହିଁ । ଲୋକଙ୍କ ହିତ ଦୃଷ୍ଟିରୁ ଡେପୁଟି କଲେକ୍ଟର ଏପରି ନିର୍ଦ୍ଦେଶ ଦେଇଛନ୍ତି । ଟୀକାକରଣ କରିବା ପାଇଁ ଲୋକଙ୍କୁ ସଚେତନ କରିବା ସ୍ୱାଗତଯୋଗ୍ୟ କିନ୍ତୁ ମଦ ବିକ୍ରୟ ପାଇଁ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ ।
ଏହାସହ ଏଡିଏମ କହିଛନ୍ତି ଅଧିକରୁ ଅଧିକ ଲୋକ ଟିକା ନିଅନ୍ତୁ । ଇଟାଓ୍ୱାର ଓଡିଏମ ଏହି ଆଦେଶ ଫିରୋଜବାଦର ଡିଏମ ନିର୍ଦ୍ଦେଶ ପରେ ଆସିଥିଲା । ଯେଉଂଥିରେ ସ୍ପଷ୍ଟ କୁହାଯାଇଥିଲା କି, ଯେଉଁ ସରକାରୀ କର୍ଚଚାରୀ ଟିକା ନେଇନଥିବେ ସେମାନଙ୍କର ପେନସନ ଅଟକାଇଦିଆଯିବ । ୟୁପିରେ ଜୁନ୍ ସୁଦ୍ଧା 1 କୋଟି କୋଭିଡ ଟିକା ଦେବାର ଲକ୍ଷ୍ୟ ରଖିଛି ପ୍ରଶାସନ ।












Click it and Unblock the Notifications