ଗ୍ରାମାଞ୍ଚଳ କରୋନା ରୋଗୀଙ୍କ ଠାର ଦେଖାଦେଉଛି କୋଭିଡ ପରବର୍ତ୍ତୀ ଡାଇବେଟିସ୍ : ଅଧ୍ୟୟନ
ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରାମାଞ୍ଚଳ ମହାରାଷ୍ଟ୍ରରେ ମଧ୍ୟ କୋଭିଡ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରେ ମଧୁମେହ ରୋଗର ବୃଦ୍ଧି ଘଟିଛି ।
ମୁମ୍ୱାଇ : 2020 ରେ କରୋନା ମହାମାରୀ ଆରମ୍ଭ ହେବାର ଖୁବ୍ ଶୀଘ୍ର କୋଭିଡ୍-ଡାଇବେଟିସ୍ ଲିଙ୍କ୍ ଲକ୍ଷ୍ୟ କରାଯାଇଥିଲା । କିନ୍ତୁ ଏହା ଉପରେ ଜାରି ରହଥିବା ଅଧ୍ୟୟନ ରିପୋର୍ଟ ଏବ୍ବି ପ୍ରକାଶିତ ହେଉଛି ।
ବର୍ତ୍ତମାନ, ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରାମାଞ୍ଚଳ ମହାରାଷ୍ଟ୍ରରେ ମଧ୍ୟ କୋଭିଡ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରେ ମଧୁମେହ ରୋଗର ବୃଦ୍ଧି ଘଟିଛି । ରାୟଗଡ ଜିଲ୍ଲାର ମହାଦସ୍ଥିତ ବୱାସ୍କର ହସ୍ପିଟାଲ ଏବଂ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ପରିଚାଳନା କରୁଥିବା ଡ ହିମ୍ମତ ବୱାସକର୍ କୋଭିଡ୍ -19 ରୋଗୀଙ୍କ ବିଷୟରେ 'ଜର୍ଣ୍ଣାଲ୍ ଅଫ୍ ଫ୍ୟାମିଲି ମେଡିସିନ୍ ଆଣ୍ଡ ପ୍ରାଇମେରୀ କେୟାର'ର ଶେଷ ସଂସ୍କରଣର ରିପୋର୍ଟ ପ୍ରକାଶ କରିଛନ୍ତି, ଯେଉଁମାନଙ୍କର ସାଧାରଣ HbA1c ରିପୋର୍ଟ ଥିଲା କିନ୍ତୁ ସେମାନଙ୍କ ଠାରେ ମଧୁମେହ ଏବଂ ଥାଇରଏଡ୍ ଷ୍ଟିମୁଲେଟିଂ ହରମୋନ୍ ସ୍ତର ବୃଦ୍ଧି ହୋଇଥିଲା ।

ଅଧ୍ୟୟନରେ ଅନ୍ତର୍ଭୁକ୍ତ 17 ଜଣ ରୋଗୀଙ୍କ ମଧ୍ୟରୁ କୌଣସି ରୋଗୀଙ୍କର ମଧୁମେହ କିମ୍ବା ହାଇପୋଥାଇରଏଡିଜମର ପାରିବାରିକ ଇତିହାସ ନଥିଲା । ଡାକ୍ତରଖାନାରେ ଥିବାବେଳେ ଆମେ ସେମାନଙ୍କୁ ଇନସୁଲିନ୍ ଦେଇଥିଲୁ ଏବଂ ସେମାନଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଅଧ୍ୟୟନରେ ରଖିଥିଲୁ। ଏହି ରୋଗୀମାନେ ବର୍ତ୍ତମାନ ସୁଦ୍ଧା ମଧୁମେହ ଔଷଧ ସେବନ ଜାରି ରଖିଛନ୍ତି ବୋଲି ଡକ୍ଟର ବୱାସକର କହିଛନ୍ତି ।
ସେହିପରି ବାନ୍ଦ୍ରାସ୍ଥିତ ଲୀଲାବତୀ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଡ ଜଲିଲ ପାର୍କର କହିଛନ୍ତି ଯେ ସେ ମହାମାରୀର ଆରମ୍ଭରେ କୋଭିଡ-ଡାଇବେଟିସ ଲିଙ୍କକୁ ଲକ୍ଷ୍ୟ କରିଥିଲେ । "ଆମେ ହୃଦୟଙ୍ଗମ କରିଛୁ ଯେ ଜଣାଶୁଣା ମଧୁମେହ ରୋଗୀଙ୍କ ମଧ୍ୟରୁ କେତେକ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ସାମାନଙ୍କ ଠାରେ ସୁଗାର ମାତ୍ରା ଅଧିକ ରହିଥିଲା ଏବଂ ଅଧିକ ମାତ୍ରାରେ ଇନସୁଲିନ୍ କିମ୍ବା ଔଷଧର ଆବଶ୍ୟକତା ରହିଥିଲା । କିନ୍ତୁ କିଛି ମାସ ପରେ ସେମାନଙ୍କର ସୁଗାର ସ୍ତର ପୂର୍ବ-କୋଭିଡ୍ ସ୍ତରକୁ ଖସି ଆସିଥିଲା" ବୋଲି ସେ କହିଛନ୍ତି ।
ଡକ୍ଟର ପାର୍କର କହିଛନ୍ତି ଯେ କୋଭିଡ ରୋଗୀଙ୍କ ଆଉ ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ପୂର୍ବରୁ ମଧୁମେହ ରୋଗୀ ନଥିଲେ କିନ୍ତୁ କୋଭିଡ ପରେ ସେମାନଙ୍କ ଠାରେ ସୁଗାର ପରିମାଣ ବିକଶିତ ହୋଇଥିଲା । ସେ କହିଛନ୍ତି, "ଏହି ରୋଗୀମାନେ ଦୁଇ ବର୍ଷ ପରେ ମଧ୍ୟ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ।
ଦିଲ୍ଲୀର ବରିଷ୍ଠ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡ ଅନୁପ ମିଶ୍ର କହିଛନ୍ତି ଯେ କୋଭିଡ -19 ରୋଗୀଙ୍କଠାରେ ନୂତନ ଆରମ୍ଭ ହୋଇଥିବା ମଧୁମେହ ଏବଂ ଥାଇରଏଡ ଡିସଫଙ୍କସନ ଘଟଣା ସାରା ଦେଶରେ ଲକ୍ଷ୍ୟ କରାଯାଇଛି । ସେ କହିଛନ୍ତି ଯେ ଏହାର କାରଣଗୁଡିକ ସାଇଟୋକାଇନ୍ ସର୍ଜରର ଗୁରୁତର ପ୍ରଭାବ (କୋଭିଡ୍ -19 ରୋଗୀମାନଙ୍କଠାରେ ଦେଖାଯାଉଥିବା ଏକ ଗୁରୁତର ପ୍ରତିରକ୍ଷା ପ୍ରତିକ୍ରିୟା) ଏବଂ / କିମ୍ବା ଅଟୋମ୍ୟୁମ୍ୟୁନିଟିର କିଛି ପ୍ରତିକ୍ରିୟା ହୋଇପାରେ (ଯେତେବେଳେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ତ୍ରୁଟି କରିଥାଏ ଏବଂ ଶରୀରର ନିଜ ଟିସୁ ଉପରେ ଆକ୍ରମଣ କରିଥାଏ) ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications