For Quick Alerts
Turn On Notification  
For Daily Alerts
Oneindia App Download

ଗ୍ରାମାଞ୍ଚଳ କରୋନା ରୋଗୀଙ୍କ ଠାର ଦେଖାଦେଉଛି କୋଭିଡ ପରବର୍ତ୍ତୀ ଡାଇବେଟିସ୍ : ଅଧ୍ୟୟନ

ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରାମାଞ୍ଚଳ ମହାରାଷ୍ଟ୍ରରେ ମଧ୍ୟ କୋଭିଡ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରେ ମଧୁମେହ ରୋଗର ବୃଦ୍ଧି ଘଟିଛି ।

|

ମୁମ୍ୱାଇ : 2020 ରେ କରୋନା ମହାମାରୀ ଆରମ୍ଭ ହେବାର ଖୁବ୍ ଶୀଘ୍ର କୋଭିଡ୍-ଡାଇବେଟିସ୍ ଲିଙ୍କ୍ ଲକ୍ଷ୍ୟ କରାଯାଇଥିଲା । କିନ୍ତୁ ଏହା ଉପରେ ଜାରି ରହଥିବା ଅଧ୍ୟୟନ ରିପୋର୍ଟ ଏବ୍ବି ପ୍ରକାଶିତ ହେଉଛି ।

ବର୍ତ୍ତମାନ, ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରାମାଞ୍ଚଳ ମହାରାଷ୍ଟ୍ରରେ ମଧ୍ୟ କୋଭିଡ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରେ ମଧୁମେହ ରୋଗର ବୃଦ୍ଧି ଘଟିଛି । ରାୟଗଡ ଜିଲ୍ଲାର ମହାଦସ୍ଥିତ ବୱାସ୍କର ହସ୍ପିଟାଲ ଏବଂ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ପରିଚାଳନା କରୁଥିବା ଡ ହିମ୍ମତ ବୱାସକର୍ କୋଭିଡ୍ -19 ରୋଗୀଙ୍କ ବିଷୟରେ 'ଜର୍ଣ୍ଣାଲ୍ ଅଫ୍ ଫ୍ୟାମିଲି ମେଡିସିନ୍ ଆଣ୍ଡ ପ୍ରାଇମେରୀ କେୟାର'ର ଶେଷ ସଂସ୍କରଣର ରିପୋର୍ଟ ପ୍ରକାଶ କରିଛନ୍ତି, ଯେଉଁମାନଙ୍କର ସାଧାରଣ HbA1c ରିପୋର୍ଟ ଥିଲା କିନ୍ତୁ ସେମାନଙ୍କ ଠାରେ ମଧୁମେହ ଏବଂ ଥାଇରଏଡ୍ ଷ୍ଟିମୁଲେଟିଂ ହରମୋନ୍ ସ୍ତର ବୃଦ୍ଧି ହୋଇଥିଲା ।

covid-diabetes

ଅଧ୍ୟୟନରେ ଅନ୍ତର୍ଭୁକ୍ତ 17 ଜଣ ରୋଗୀଙ୍କ ମଧ୍ୟରୁ କୌଣସି ରୋଗୀଙ୍କର ମଧୁମେହ କିମ୍ବା ହାଇପୋଥାଇରଏଡିଜମର ପାରିବାରିକ ଇତିହାସ ନଥିଲା । ଡାକ୍ତରଖାନାରେ ଥିବାବେଳେ ଆମେ ସେମାନଙ୍କୁ ଇନସୁଲିନ୍ ଦେଇଥିଲୁ ଏବଂ ସେମାନଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଅଧ୍ୟୟନରେ ରଖିଥିଲୁ। ଏହି ରୋଗୀମାନେ ବର୍ତ୍ତମାନ ସୁଦ୍ଧା ମଧୁମେହ ଔଷଧ ସେବନ ଜାରି ରଖିଛନ୍ତି ବୋଲି ଡକ୍ଟର ବୱାସକର କହିଛନ୍ତି ।

ସେହିପରି ବାନ୍ଦ୍ରାସ୍ଥିତ ଲୀଲାବତୀ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଡ ଜଲିଲ ପାର୍କର କହିଛନ୍ତି ଯେ ସେ ମହାମାରୀର ଆରମ୍ଭରେ କୋଭିଡ-ଡାଇବେଟିସ ଲିଙ୍କକୁ ଲକ୍ଷ୍ୟ କରିଥିଲେ । "ଆମେ ହୃଦୟଙ୍ଗମ କରିଛୁ ଯେ ଜଣାଶୁଣା ମଧୁମେହ ରୋଗୀଙ୍କ ମଧ୍ୟରୁ କେତେକ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ସାମାନଙ୍କ ଠାରେ ସୁଗାର ମାତ୍ରା ଅଧିକ ରହିଥିଲା ଏବଂ ଅଧିକ ମାତ୍ରାରେ ଇନସୁଲିନ୍ କିମ୍ବା ଔଷଧର ଆବଶ୍ୟକତା ରହିଥିଲା । କିନ୍ତୁ କିଛି ମାସ ପରେ ସେମାନଙ୍କର ସୁଗାର ସ୍ତର ପୂର୍ବ-କୋଭିଡ୍ ସ୍ତରକୁ ଖସି ଆସିଥିଲା" ବୋଲି ସେ କହିଛନ୍ତି ।
ଡକ୍ଟର ପାର୍କର କହିଛନ୍ତି ଯେ କୋଭିଡ ରୋଗୀଙ୍କ ଆଉ ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ପୂର୍ବରୁ ମଧୁମେହ ରୋଗୀ ନଥିଲେ କିନ୍ତୁ କୋଭିଡ ପରେ ସେମାନଙ୍କ ଠାରେ ସୁଗାର ପରିମାଣ ବିକଶିତ ହୋଇଥିଲା । ସେ କହିଛନ୍ତି, "ଏହି ରୋଗୀମାନେ ଦୁଇ ବର୍ଷ ପରେ ମଧ୍ୟ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ।

ଦିଲ୍ଲୀର ବରିଷ୍ଠ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡ ଅନୁପ ମିଶ୍ର କହିଛନ୍ତି ଯେ କୋଭିଡ -19 ରୋଗୀଙ୍କଠାରେ ନୂତନ ଆରମ୍ଭ ହୋଇଥିବା ମଧୁମେହ ଏବଂ ଥାଇରଏଡ ଡିସଫଙ୍କସନ ଘଟଣା ସାରା ଦେଶରେ ଲକ୍ଷ୍ୟ କରାଯାଇଛି । ସେ କହିଛନ୍ତି ଯେ ଏହାର କାରଣଗୁଡିକ ସାଇଟୋକାଇନ୍ ସର୍ଜରର ଗୁରୁତର ପ୍ରଭାବ (କୋଭିଡ୍ -19 ରୋଗୀମାନଙ୍କଠାରେ ଦେଖାଯାଉଥିବା ଏକ ଗୁରୁତର ପ୍ରତିରକ୍ଷା ପ୍ରତିକ୍ରିୟା) ଏବଂ / କିମ୍ବା ଅଟୋମ୍ୟୁମ୍ୟୁନିଟିର କିଛି ପ୍ରତିକ୍ରିୟା ହୋଇପାରେ (ଯେତେବେଳେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ତ୍ରୁଟି କରିଥାଏ ଏବଂ ଶରୀରର ନିଜ ଟିସୁ ଉପରେ ଆକ୍ରମଣ କରିଥାଏ) ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Post Covid Diabetes noticed in rural Covid patients : Study
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X