Get Updates
Get notified of breaking news, exclusive insights, and must-see stories!

କରୋନା ମୃତ୍ୟୁ ସଂଖ୍ୟାରେ କୌଣସି ଭୁଲ୍ ତଥ୍ୟ ନାହିଁ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହିସବୁକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ କରୋନା ସଂକ୍ରମଣ ହେତୁ ମୃତ୍ୟୁସଂଖ୍ୟାରେ ଅସଙ୍ଗତିର କୌଣସି ସମ୍ଭାବନା ନାହିଁ । ମନ୍ତ୍ରଣାଳୟ ଏହା ପଛରେ ମୃତ୍ୟୁ ପଞ୍ଜିକରଣର ତଥ୍ୟର ତର୍କ ଦେଇଛି ।

ନୂଆଦିଲ୍ଲୀ : କରୋନା ଭାଇରସ ଦ୍ୱିତୀୟ ଲହର ସମୟରେ ଲକ୍ଷ ଲକ୍ଷ ଲୋକ ଚିକିତ୍ସା ସୁବିଧା ଅଭାବରୁ ପ୍ରାଣ ହରାଇଛନ୍ତି । କୁହାଯାଉଛି ଯେ କରୋନା କାରଣରୁ ମୃତ୍ୟୁକୁ ନେଇ ସରକାରୀ ପରିସଂଖ୍ୟାନରେ ପଞ୍ଜୀକୃତ ହୋଇଥିବା ତଥ୍ୟ ସଠିକ୍ ନୁହଁ ।

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହିସବୁକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ କରୋନା ସଂକ୍ରମଣ ହେତୁ ମୃତ୍ୟୁସଂଖ୍ୟାରେ ଅସଙ୍ଗତିର କୌଣସି ସମ୍ଭାବନା ନାହିଁ । ମନ୍ତ୍ରଣାଳୟ ଏହା ପଛରେ ମୃତ୍ୟୁ ପଞ୍ଜିକରଣର ତଥ୍ୟର ତର୍କ ଦେଇଛି ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଦିନ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି ଯେ ସଂକ୍ରାମକ ରୋଗ ତଥା ଏହାର ପରିଚାଳନା ନୀତି ଅନୁଯାୟୀ କେତେକ କରୋନା ମାମଲା ଚିହ୍ନଟ ହୋଇ ନଥାଇ ପାରେ, କିନ୍ତୁ ଭାରତର ମଜବୁତ୍ ଆଇନ ଭିତ୍ତିକ ମୃତ୍ୟୁ ପଞ୍ଜିକରଣ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୃତ୍ୟୁ ସୂଚନା ନ ରହିବାର ସମ୍ଭାବନା ନଗନ୍ୟ । ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଦ୍ୱିତୀୟ ଲହର ସମୟରେ ମୃତ୍ୟୁ ସଂଖ୍ୟାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସଂଶୋଧନ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, "କରୋନା ଭାଇରସ ଦ୍ୱିତୀୟ ଲହର ସମୟରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମଗ୍ର ଧ୍ୟାନ ସାରା ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ତଥା ଚିକିତ୍ସା ସହାୟତା ଆବଶ୍ୟକ କରୁଥିବା ମାମଲା ପାଇଁ ଚିକିତ୍ସା ସହାୟତା ଉପରେ ଥିଲା । ଏହି କାରଣରୁ, କୋଭିଡ କାରଣରୁ ମୃତ୍ୟୁ ଖବର ଏବଂ ରିପୋର୍ଟ କରିବାରେ ବିଳମ୍ବ ହୋଇପାରେ କିନ୍ତୁ ପରବର୍ତ୍ତୀ ସମୟରେ ଏହା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ସଠିକ୍ ଭାବରେ ରେକର୍ଡ କରାଯାଇଥିଲା ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା କାରଣରୁ ମୋଟ 4,25,757 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି । ଯେଉଁଥିରୁ ଦ୍ୱିତୀୟ ଲହର ସମୟରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+