Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରଦେଶରେ ବିଗିଡ଼ିପାରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ, ଗୁପ୍ତଚର ଏଜେନ୍ସିର ଇନପୁଟ୍ ପରେ ଆଲର୍ଟରେ ସରକାର

ମଧ୍ୟପ୍ରଦେଶରେ, ନୂଆ ବର୍ଷ ଠାରୁ ହୋଲି ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ଖରାପ କରିବାକୁ ଚେଷ୍ଟା କରାଯାଇପାରେ । ଏଭଳି ଇନପୁଟକୁ ରାଜ୍ୟର ଗୁପ୍ତଚର ପୋଲିସ ଗୃହ ବିଭାଗକୁ ଦେଇଛି । ଏହା ପରେ ସରକାର ସମସ୍ତ ଜିଲ୍ଲାରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୋାପଳ: ମଧ୍ୟପ୍ରଦେଶରେ, ନୂଆ ବର୍ଷ ଠାରୁ ହୋଲି ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଖରାପ କରିବାକୁ ଚେଷ୍ଟା କରାଯାଇପାରେ । ଏଭଳି ଇନପୁଟକୁ ରାଜ୍ୟର ଗୁପ୍ତଚର ପୋଲିସ ଗୃହ ବିଭାଗକୁ ଦେଇଛି । ଏହା ପରେ ସରକାର ସମସ୍ତ ଜିଲ୍ଲାରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କାମ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ ଏନଏସଏ ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ କ୍ଷମତା ଦିଆଯାଇଛି ।

Madya Pradesh

ମଧ୍ୟପ୍ରଦେଶରେ ମଧ୍ୟ ନୂଆ ବର୍ଷ ଠାରୁ ଆରମ୍ଭ କରି ଆଗକୁ ଅନେକ ପର୍ବ ରହିଛି । ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ରାଜ୍ୟର ଗୁପ୍ତଚର ପୋଲିସ ଠାରୁ ଆଶ୍ଚର୍ଯ୍ୟଜନକ ଇନପୁଟ ପାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ପରେ ସମସ୍ତ ଜିଲ୍ଲା କଲେକ୍ଟର ଏବଂ ଏସପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି ।

ସରକାର ଦେଇଥିବା ଆଦେଶରେ କୁହାଯାଇଛି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଖରାପ ହେବାର ଆଶଙ୍କା ରହିଛି । ଅଧିକାରୀମାନଙ୍କୁ ଜାନୁଆରୀ 1, 2023 ରୁ ମାର୍ଚ୍ଚ 31, 2023 ପର୍ଯ୍ୟନ୍ତ ସଜାଗ ରହିବାକୁ ଏବଂ ଏଭଳି ତତ୍ତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠଆନ ନେବାକୁ କୁହାଯାଇଛି । ସମାଜରେ ଏଭଳି ପରିସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାରି ଆଦେଶରେ କୁହାଯାଇଛି ।

ଯଦି ରାଜ୍ୟର ଯେକୌଣସି ସ୍ଥାନରେ ସାମ୍ପ୍ରଦାୟିକ ପରିବେଶକୁ ବିଘ୍ନ କରିବାକୁ ଚେଷ୍ଟା କରନ୍ତି, ତେବେ ଏନଏସଏ ଅଧୀନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ସ୍ତରରେ ପ୍ରଶାସନ ପୂର୍ବରୁ ସତର୍କ ମୋଡରେ ଆସିଛି । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ବୃଦ୍ଧି ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯିବ । ଏହା ସହିତ, ବିଶୃଙ୍ଖଳା ପ୍ରବଣ ଅଞ୍ଚଳରେ ଏପରି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯିବ । ପୂର୍ବ ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ସେମାନଙ୍କର ସ୍ଥିତି ଏବଂ ଗତିବିଧି ଉପରେ ନଜର ରଖାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+