Get Updates
Get notified of breaking news, exclusive insights, and must-see stories!

ଭାରତର 60% ସହର ରହିବା ଯୋଗ୍ୟ ନୁହେଁ, ବିଶ୍ୱର 50 ପ୍ରଦୂଷିତ ସହରରୁ ଭାରତରୁ 39 ସହର, ତାଲିକାରେ ଅଛି ତାଳଚେର

ଭାରତର 60 ପ୍ରତିଶତ ସହର ବାସ ଯୋଗ୍ୟ ନୁହଁ । ବିଶ୍ୱର 50 ପ୍ରଦୂଷିତ ସହର ତାଲିକାରେ ଭାରତରୁ ରହିଛି 39 ସହର । ଚିନ୍ତାର ବିଷୟ ହେଉଛି ତାଲିକାରେ ରହିଛି ଓଡ଼ିଶାର ତାଳଚେର ।

Pollution

ନୂଆଦିଲ୍ଲୀ : ଦୁନିଆରେ ପ୍ରଦୂଷଣର ସ୍ତର ବିପଜ୍ଜନକ ହେବାରେ ଲାଗିଛି । ଏପରିକି ଭାରତର ଅବସ୍ଥା ମଧ୍ୟ ଖରାପ ରହିଛି । ଏପରିକି ଭାରତର 60 ପ୍ରତିଶତ ସହର ବାସ ଯୋଗ୍ୟ ନୁହଁ । ବିଶ୍ୱର 50 ପ୍ରଦୂଷିତ ସହର ତାଲିକାରେ ଭାରତରୁ ରହିଛି 39 ସହର । ଚିନ୍ତାର ବିଷୟ ହେଉଛି ତାଲିକାରେ ରହିଛି ଓଡ଼ିଶାର ତାଳଚେର ।

ସ୍ୱିଜରଲ୍ୟାଣ୍ଡ ଫାର୍ମ 'ଆଇକ୍ୟୁ ଏୟାର' ମଙ୍ଗଳବାର ଦିନ 'ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ' ନାମରେ ଏହାର ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ବିଶ୍ୱର ପ୍ରଦୂଷିତ ଦେଶର ତାଲିକା ପ୍ରକାଶ ପାଇଛି । ଏଥିମଧ୍ୟରୁ ଭାରତର 60 ପ୍ରତିଶତ ସହରର ଅବସ୍ଥା ଭୟଙ୍କର ଏବଂ ଲୋକମାନେ ବିପଜ୍ଜନକ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ଏହି ରିପୋର୍ଟରେ ଚାଡ ହେଉଛି ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ । ଯେଉଁଠାରେ ଇରାକ ଦ୍ୱିତୀୟ ପ୍ରଦୂଷିତ ଦେଶ ଅଟେ । ପାକିସ୍ତାନ ତୃତୀୟ ଏବଂ ବହାରିନ୍ ଚତୁର୍ଥ ସ୍ଥାନରେ ରହିଛି । ପ୍ରଦୂଷଣ ଦୃଷ୍ଟିରୁ ବାଂଲାଦେଶ ପଞ୍ଚମ ସ୍ଥାନରେ ରହିଛି ।

ପ୍ରଦୂଷଣ ଦୃଷ୍ଟିରୁ ଭାରତ ଅଷ୍ଟମ ସ୍ଥାନରେ ରହିଛି । ସବୁଠାରୁ ଖରାପ ଖବର ହେଉଛି ଭାରତର 60 ପ୍ରତିଶତ ସହର ଏତେ ଦୂଷିତ ହୋଇଛି ତାହା ରହିବା ଯୋଗ୍ୟ ନୁହଁ । ଯଦି ସ୍ଥିତିରେ ଉନ୍ନତି ନହୁଏ ତେବେ ଲୋକମାନେ ଅନେକ ଗୁରୁତର ରୋଗର ଶିକାର ହେବାର ଆଶଙ୍କା ରହିଛି ।

ସ୍ବିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ରିପୋର୍ଟର ତାଲିକା ଅନୁସାରେ ପାକିସ୍ତାନର ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ଦ୍ୱିତୀୟ ସ୍ଥାନରେ ରହିଛି ଚୀନର ହୋଟାନ ଓ ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନର ଭିଓ୍ବାଣ୍ଡି । ଏହା ପରେ ରହିଛି ଦିଲ୍ଲୀ । ଅର୍ଥାତ୍ ଭିଓ୍ୱାଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହର । ସେହିପରି 5 ମ ସ୍ଥାନରେ ପାକିସ୍ତାନର ପେଶାଓ୍ୱର ରହିଛି । ଷଷ୍ଟ ଓ ସପ୍ତମ ସ୍ଥାନରେ ଯତାକ୍ରମେ ବିହାରର ଦରଭଙ୍ଗା ଓ ଆସୋପୁର ରହିଛି ।

ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହର ବୋଲି କୁହାଯାଇଛି । ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି 4 ନଂ ସବୁଠାରୁ ପ୍ରଦୂଷିତ ସହର । ଦିଲ୍ଲୀ ତଳକୁ ରହିଛି କୋଲକାତା । ସେହଗିପରି ତୃତୀୟ ସ୍ଥାନରେ ରହିଛି ମୁମ୍ବାଇ ।

ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । 2021 ରେ ଭାରତର ସ୍ଥାନ ଥିଲା ପଞ୍ଚମ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+