For Quick Alerts
Turn On Notification  
For Daily Alerts
Oneindia App Download

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଗୁଳିରେ ପୋଲିସ କର୍ମୀ ସହିଦ, ଝିଅ ଗୁରୁତର

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଶ୍ରୀନଗରର ସୌରା ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଆହତ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି ।

|

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଶ୍ରୀନଗରର ସୌରା ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଆହତ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି । ଏହା ପରେ ଜାମ୍ମୁ ପୋଲିସ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।

army

ଆତଙ୍କବାଦୀ ଆକ୍ରମଣ ପରେ ଆହତ ପୋଲିସ ଏବଂ ତାଙ୍କ ଝିଅଙ୍କୁ SKIMS ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ସହିଦ ପୋଲିସ୍ କର୍ମୀ ସୈଫୁଲ୍ଲା କାଦ୍ରି ବୋଲି ଜଣାପଡିଛି । ଏହି ସମୟରେ, ଘଟଣା ପରେ ଜାମ୍ମୁ କାଶ୍ମୀର ପୋଲିସ ଏହି ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରିଛି ।

ମଙ୍ଗଳବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ବେଳେ ସୈଫୁଲ୍ଲା ଏବଂ ତାଙ୍କ ଝିଅ ସେମାନଙ୍କ ଘର ବାହାରେ ଥିଲେ । ତାଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀ ଗୁଳି ଚାଳାଇଥିଲେ । ଭୟରେ ତାଙ୍କ ଝିଅ ପୋଲିସ୍ କର୍ମୀଙ୍କୁ ଜାବୁଡ଼ି ଧରିଥିଲା । ଏହି ସମୟରେ ତାଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Policeman shot dead and his daughter wounded in terrorist Attack in Srinagar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X