ଗାଜୀପୁର ସୀମାରୁ ହଟିଲା ବ୍ୟାରିକେଡ୍, ଟିକାୟିତ୍ କହିଲେ - ରାସ୍ତା ଖୋଲା ରହିଲେ, ତେବେ ଆମେ ମଧ୍ୟ ଫସଲ ବିକିବା ପାଇଁ ସଂସଦ ଯିବୁ
ରାକେଶ ଟିକାୟିତ୍ କହିଛନ୍ତି ଯେ କୃଷକମାନେ ଯେକୌଣସି ସ୍ଥାନରେ ଫସଲ ବିକ୍ରି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯଦି ରାସ୍ତା ଖୋଲା ରହିବ, ତେବେ ଆମେ ମଧ୍ୟ ଆମର ଫସଲ ବିକ୍ରୟ ପାଇଁ ସଂସଦକୁ ଯିବୁ ।
ନୋଏଡା : ଗାଜୀପୁର ସୀମାରେ ଥିବା ଚାଷୀଙ୍କ ଧାରଣା ସ୍ଥଳରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ବ୍ୟାରିକେଡ୍ ହଟାଇବା ଆରମ୍ଭ କରିଛି । ପୋଲିସ କହିଛି ଯେ ସରକାରଙ୍କ ନିର୍ଦ୍ଦେଶ ପରେ ବ୍ୟାରିକେଡ୍ ହଟାଇ ରାସ୍ତା ଖୋଲାଯାଉଛି ।

ଅପରପକ୍ଷରେ କୃଷକ ନେତା ରାକେଶ ଟିକାୟିତ୍ କହିଛନ୍ତି ଯେ କୃଷକମାନେ ଯେକୌଣସି ସ୍ଥାନରେ ଫସଲ ବିକ୍ରି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯଦି ରାସ୍ତା ଖୋଲା ରହିବ, ତେବେ ଆମେ ମଧ୍ୟ ଆମର ଫସଲ ବିକ୍ରୟ ପାଇଁ ସଂସଦକୁ ଯିବୁ । ପ୍ରଥମେ ଆମର ଟ୍ରାକ୍ଟର ଦିଲ୍ଲୀ ଯିବ । ଆମେ ରାସ୍ତା ଅବରୋଧ କରିନାହୁଁ । ରୋଡ୍ ଜାମ୍ କରିବା ଆମର ବିରୋଧର ଏକ ଅଂଶ ନୁହେଁ ।
Police barricading being removed from Ghazipur (Delhi-Uttar Pradesh) border where a farmers' agitation against the three farm laws is underway.
A Police personnel at the spot says, "The barricades are being removed, the route is being opened. We received the orders." pic.twitter.com/Au2XN6uvmp
— ANI (@ANI) October 29, 2021
କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମ ବିରୋଧରେ ରାଜଧାନୀ ଦିଲ୍ଲୀର ସୀମାରେ କୃଷକଙ୍କ ପ୍ରଦର୍ଶନ ମଧ୍ୟରେ ବ୍ୟାରିକେଡ୍ ହଟାଇବା ଆରମ୍ଭ ହୋଇଛି । ସୀମା ଖୋଲାଯାଉଛି । ଟିକ୍ରି ସୀମା ପରେ ବର୍ତ୍ତମାନ ଗାଜିପୁର ସୀମାକୁ ମଧ୍ୟ ଖୋଲାଯାଉଛି । ଦିଲ୍ଲୀ ପୋଲିସର ଉପସ୍ଥିତିରେ NH-24 ରୁ ବ୍ୟାରିକେଡ୍ ହଟାଯାଉଛି । ଡିସିପି (ପୂର୍ବ), ଦିଲ୍ଲୀ, ପ୍ରିୟଙ୍କା କାଶ୍ୟପ କହିଛନ୍ତି ଯେ ଏହା ସେକ୍ଟର-2 ଏବଂ 3 । ଏହା NH9, ଆମେ ଏହାକୁ ଖୋଲୁଛୁ । NH 24 ମଧ୍ୟ ଖୋଲାଯିବ । ସେ କହିଛନ୍ତି ଯେ କେନ୍ଦ୍ରର ତିନୋଟି କୃଷି ନିୟମ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଏହି ରାସ୍ତା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କୃଷକ ସଂଗଠନ କହିଥିଲେ ଯେ ସେମାନେ କୌଣସି ରାସ୍ତା ବନ୍ଦ କରି ନାହାଁନ୍ତି, ଦିଲ୍ଲୀ ସୀମାରେ ପୋଲିସ ଦ୍ୱାରା ବ୍ୟାରିକେଡ୍ ଲଗାଯାଇଛି । ଏହା ପରେ ଏହି ପଦକ୍ଷେପ ନିଆଯାଇଛି ।












Click it and Unblock the Notifications