ଟଙ୍କା ସହ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଲେ ସ୍ତ୍ରୀ, ହରଡ଼ଘଣାରେ ପୋଲିସ ବାବୁ
ଲକ୍ଷ୍ନୌ : ଖଟ ଉପରେ 500 ଟଙ୍କିଆ ନୋଟର ବିଡ଼ା । ପୁରା ପରିବାର ସହ ଖୁସିରେ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଲେ ସ୍ତ୍ରୀ । ଏହା ପରେ ଏହାକୁ ନେଇ ହରଡ଼ଘଣାରେ ପଡ଼ିଯାଇଛନ୍ତି ପୋଲିସ୍ ବାବୁ । ଏତେ ନଗଦ ଟଙ୍କା କେଉଁଠୁ ଆସିଲା ? ତା ନେଇ ପୋଲିସ୍ ଡିପାର୍ଟମେଣ୍ଟରେ ହଇଚଇ ସୃଷ୍ଟି ହେବା ସହ ସେହି ଅଧିକାରୀଙ୍କୁ ଅନ୍ୟତ୍ର ଟ୍ରାନ୍ସଫର କରାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଟି ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି । ଫଟୋରେ ଥିବା ପୋଲିସ ବାବୁ, ତାଙ୍କ ସ୍ତ୍ରୀ ଓ ପୁଅ-ଝିଅଙ୍କ ସହ ଖଟ ଉପରେ ବିଡ଼ା ବିଡ଼ା 500 ଟଙ୍କିଆ ନୋଟ୍ ରଖି ଫଟୋ ଉଠାଇଛନ୍ତି । ସେହି ପୋଲିସ୍ ବାବୁ ଜଣକ ହେଲେ ବେହଟା ମୁଜାଫର ଥାନା ଅଧିକାରୀ ରମେଶଚନ୍ଦ୍ର ସାହନି । ଫଟୋ ଭାଇରାଲ ହେବା ପରେ ଘଟଣାରେ ନିର୍ଦ୍ଦେଶ ଦେଇଛନ୍ତି ଏସପି । ଏହା ସହ ତାଙ୍କୁ ଅନ୍ୟ ଥାନାକୁ ଟ୍ରାନ୍ସଫର କରାଯାଇଛି ।
ତେବେ ରମେଶଙ୍କ କହିବା କଥା ଏହି ଫଟୋ 2021 ମସିହାର । ସେ ଏକ ଜମି ବିକି ଏହି ଟଙ୍କା ଆଣିଥିଲେ । କିନ୍ତୁ ଏଥିରେ ପୋଲିସ୍ ବିଭାଗ ସନ୍ତୁଷ୍ଟ ହୋଇନାହିଁ । ଫଟୋରେ ଥିବା ଟଙ୍କା ପାଖାପାଖି 13 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ସେପଟେ ଜଣେ ଏସଏଚଓଙ୍କ ପରିବାର ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି ।












Click it and Unblock the Notifications