Get Updates
Get notified of breaking news, exclusive insights, and must-see stories!

ବିହାର ବିଷାକ୍ତ ମଦ ମାମଲା : ମୃତ୍ୟୁ ସଂଖ୍ୟା 30 ପାର୍, ଅନେକଙ୍କ ଅବସ୍ଥା ଗୁରୁତର

ବିହାରର ଗୋପାଳଗଞ୍ଜ ଏବଂ ବେଚିୟା ଜିଲ୍ଲାରେ ବିଷାକ୍ତ ମଦ ପିଇ ଗତ ତିନି ଦିନ ମଧ୍ୟରେ 33 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 11 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋପାଳଗଞ୍ଜ ଜିଲ୍ଲାରେ 18 ଜଣଙ୍କର ମୃତ୍ୟୁ ହୋଇଛି ।

ପାଟନା : ବିହାରର ଗୋପାଳଗଞ୍ଜ ଏବଂ ବେଚିୟା ଜିଲ୍ଲାରେ ବିଷାକ୍ତ ମଦ ପିଇ ଗତ ତିନି ଦିନ ମଧ୍ୟରେ 33 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 11 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋପାଳଗଞ୍ଜ ଜିଲ୍ଲାରେ 18 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ବେତିଆ ଜିଲ୍ଲାରେ 15 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନ ଥିବାରୁ ପ୍ରଶାସନ ଏହାକୁ ସନ୍ଦେହଜନକ ମୃତ୍ୟୁ କହିଛି । ଏଥି ସହ ଜିଲ୍ଲାର ଡିଏମ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁକୁ ନିଶ୍ଚିତ କରୁନାହାଁନ୍ତି । କିନ୍ତୁ ମୃତକଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ମଦ୍ୟପାନ ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଏବଂ ପରେ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଗୋପାଳଗଞ୍ଜ ଏସପି ଆନନ୍ଦ କୁମାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହମ୍ମଦପୁର ପୋଲିସ ଷ୍ଟେସନ ମୁଖ୍ୟ ଶଶି ରଂଜନ କୁମାର ଏବଂ ଜଣେ ଜଗୁଆଳିଙ୍କୁ ନିଲମ୍ବିତ କରିଛନ୍ତି ।

death

ଏଥି ସହ ବେତିଆ ଜିଲ୍ଲାରେ ନୌତନ ଥାନାଧିକାରୀ ଏବଂ ଚୌକିଦାରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏହା ବ୍ୟତୀତ ଏକ୍ସାଇଜ୍ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଟିମ୍ ଏହି ଅଞ୍ଚଳରେ ଚଢାଉ କରୁଛନ୍ତି । ଗୋପାଳଗଞ୍ଜ ଜିଲ୍ଲାରେ ତିନୋଟି ଘରକୁ ସିଲ୍ କରାଯାଇଛି । ଚାରିଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଗୋପାଳଗଞ୍ଜ ପ୍ରଶାସନ 11 ଟି ମୃତଦେହର ପୋଷ୍ଟମର୍ଟମ କରାଇଥିବା ବେଳେ ସୂତ୍ର ଅନୁଯାୟୀ ଅନ୍ୟ 7 ମୃତକଙ୍କ ସମ୍ପର୍କୀୟ ପ୍ରଶାସନକୁ ସୂଚନା ନ ଦେଇ ଶବଦାହ କରିଦେଇଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଗୋପାଳଗଞ୍ଜ ଜିଲ୍ଲାର ମହମ୍ମଦପୁର ପୋଲିସ ଷ୍ଟେସନର କୁଶାହର ତୁରା ଟୋଲା ଏବଂ ଦଲିତ ବସ୍ତିରେ 24 ରୁ ଅଧିକ ଲୋକ ମଦ୍ୟପାନ କରିଥିଲେ । ସାକେଟ ମଦ ପିଇବା ପରେ ଅବସ୍ଥା ଖରାପ ହେବାକୁ ଲାଗିଲା । ପରେ ସମ୍ପର୍କୀୟମାନେ ସ୍ଥାନୀୟ ଡାକ୍ତରଖାନା ଏବଂ ସଦର ଡାକ୍ତରଖାନାକୁ ନେବୈା ପରେ ସେଠାରେ ବୁଧବାର ଦିନ 10 ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥି ସହିତ ଗୁରୁବାର ଦିନ ଅନ୍ୟ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୃତ୍ୟୁ ସଂଖ୍ୟା 18 କୁ ବୃଦ୍ଧି ପାଇଛି ।

ଏଥି ସହିତ ବେତିଆ ଜିଲ୍ଲାର ବୁଧବାର ସନ୍ଧ୍ୟାରେ କିଛି ଲୋକ ଗାଁରେ ଦେଶୀ ମଦ ପିଇଥିଲେ । ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଥିମଧ୍ୟରୁ 15 ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏଥି ସହିତ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଡିଏମ କୁନ୍ଦନ କୁମାର କହିଛନ୍ତି ଯେ ଏହି ମାମଲା ସନ୍ଦେହଜନକ ଦେଖାଯାଉଛି । ଏକ ଡାକ୍ତରୀ ଦଳ ପଠାଇ ତଦନ୍ତ ଚାଲିଛି । ଏଥି ସହ ବିହାର ସରକାରୀ ମନ୍ତ୍ରୀ ସୁନୀଲ କୁମାର କହିଛନ୍ତି ଯେ ବେତିୟା ଏବଂ ଗୋପାଗଞ୍ଜ ଜିଲ୍ଲାରେ ମୋଟ 21 ଜଣଙ୍କର ମୃତ୍ୟୁ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+