ଆସନ୍ତାକାଲି ସୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିବା ସହ ଶ୍ରୀ ସୋମନାଥଙ୍କୁ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇ ଆଜି ସୋମନାଥରେ ପହଞ୍ôଚଛନ୍ତି । ସେ ରାଜ୍ୟର ପ୍ରଭାସ ପାଟନରେ ପାଳିତ ହେଉଥିବା ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ୧୦୨୬ ମସିହାରେ ସୋମନାଥ ମନ୍ଦିର ଆକ୍ରମଣର ହଜାରେ ବର୍ଷ ଏବଂ ୧୯୫୧ ମସିହାରେ ସ୍ୱାଧୀନତା ପରବର୍ତ୍ତୀ ପୁନରୁଦ୍ଧାରର ୭୫ ବର୍ଷ ପୂରଣ କରୁଛି । ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ଓମ୍କାର ଜପରେ ଅଂଶଗ୍ରହଣ କରିବେ ।

ଏହା ପରେ ପ୍ରଭାସ ପାଟନ୍ର ଆକାଶରେ ଏକ ମନୋରମ ଡ୍ରୋନ୍ ଶୋ' ଅନୁଷ୍ଠିତ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରି ଶ୍ରୀ ସୋମନାଥ ମହାଦେବଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ସୋମନାଥରେ ଏକ ଜନସଭାକୁ ଉଦ୍ବୋଧନ ଦେବେ ଏବଂ ଭାଇବ୍ରାଣ୍ଟ ଗୁଜରାଟ୍ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରିବା ପାଇଁ ରାଜକୋଟ ଗସ୍ତ କରିବେ ।












Click it and Unblock the Notifications