କୋଭିସିଲ୍ଡ ଟିକା ବିକାଶର ଅନୁଧ୍ୟାନ ପାଇଁ ପୁନେର ସେରମ୍ ପ୍ରତିଷ୍ଠାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହଯୋଗରେ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ ଜିଆଣ୍ଟ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା 'କୋଭିଶିଲ୍ଡ' ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରିବାକୁ ସେରମ୍ ପ୍ରତିଷ୍ଠାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 28ରେ ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ | ଏଥିରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହଯୋଗରେ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ ଜିଆଣ୍ଟ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା 'କୋଭିଶିଲ୍ଡ' ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରିବେ |

ଭାରତରେ କୋଭିଡ୍-19 ଟିକା କୋଭିସିଲ୍ଡର ପ୍ରସ୍ତୁତି ଏବଂ ବିତରଣ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ସହ ସହଭାଗୀତା କରିଛି | ନଭେମ୍ବର 28ରେ ପ୍ରଧାନମନ୍ତ୍ରୀଙ୍କ ସେରମ୍ ପ୍ରତିଷ୍ଠାନ ପରିଦର୍ଶନ ନେଇ ପୁନେର ଡିଭିଜିଓନାଲ କମିଶନର ସୌରଭ ରାଓ ସୂଚନା ଦେଇଛନ୍ତି |

Narendra-Modi

ଏହି ସପ୍ତାହ ପୂର୍ବରୁ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କହିଥିଲା ଯେ, ସେମାନଙ୍କ ଦ୍ୱାରା ବିକଶିତ କରୋନାଭାଇରସ୍ ଟିକା 70 ପ୍ରତିଶତ ଫଳପ୍ରଦ ରହୁଥିବା ଦେଖାଦେଇଛି | 'ଓ୍ୱାନ ଡୋଜ୍ ରେଜିମେନ୍'ରେ ଏହା 90 ପ୍ରତିଶତ ଫଳପ୍ରଦକାରୀ ହୋଇପାରେ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ସୂଚନା ଦେଇଛି |

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରକାଶିତ ଏକ ପ୍ରେସ ନୋଟରେ କୁହାଯାଇଛି ଯେ, 131 କୋଭିଡ -19 ମାମଲା ସହିତ ପର୍ଯ୍ୟାୟ 3 ମଧ୍ୟବର୍ତ୍ତୀ ବିଶ୍ଳେଷଣ ସୂଚାଇଥାଉଛି କି ଦୁଇଟି ଡୋଜିଂ ରେଜିମେନ୍ସର ତଥ୍ୟ ମିଶ୍ରଣ କରିବା ସମୟରେ ଟିକା 70.4% ପ୍ରଭାବଶାଳୀ ରହିଛି |
ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ତଥ୍ୟ ଉପରେ ପ୍ରକାଶିତ ରିପୋର୍ଟରେ ଜଣାପଡ଼ିଛି ଦୁଇଟି ଭିନ୍ନ ଡୋଜ୍ ରେଜିମେନ୍ରେ ଟିକା ପ୍ରଭାବ 90% ଏବଂ ଅନ୍ୟଟିରେ 62% ରହିଛି | ଏଥିରେ ମଧ୍ୟ କୁହାଯାଇଛି, ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କିମ୍ବା କୌଣସି ଗୁରୁତର ମାମଲା ନାହିଁ |

ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକା ସେମାନଙ୍କ କରୋନାଭାଇରସ୍ ଟିକା 'କୋଭିଶିଲ୍ଡ'ର ତୃତୀୟ ପର୍ଯ୍ୟାୟ ଫଳାଫଳକୁ ଅପେକ୍ଷା କରିଛନ୍ତି | ଯାହା ଦ୍ୱାରା ଟିକା ସୁରକ୍ଷିତ ଏବଂ ପ୍ରଭାବଶାଳୀ କି ନୁହେଁ ତାହା ଦର୍ଶାଯାଇପାରିବ |

ଆଷ୍ଟ୍ରାଜେନେକା ବ୍ୟତୀତ ଅନ୍ୟ ଦୁଇଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀ - ପିଫିଜର୍ ଏବଂ ମୋଡେର୍ଣ୍ଣାର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ରିପୋର୍ଟରେ ସେମାନଙ୍କ କୋଭିଡ୍ -19 ଟିକା ପ୍ରାୟ 95% ପ୍ରଭାବଶାଳୀ ବୋଲି ଦାବି କରିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+