296 କିଲୋମିଟର ଲମ୍ବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 16 (ଶନିବାର ଦିନ) ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜାଲୌନ୍ ଜିଲ୍ଲାର ଓରଇ ତହସିଲର କୌଥେରୀ ଗ୍ରାମରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 16 (ଶନିବାର ଦିନ) ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜାଲୌନ୍ ଜିଲ୍ଲାର ଓରଇ ତହସିଲର କୌଥେରୀ ଗ୍ରାମରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ । ଏହା 296 କିଲୋମିଟର ଲମ୍ବା ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ଯାହା ପ୍ରାୟ 14,850 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏକ୍ସପ୍ରେସୱେରେ କାମ 28 ମାସ ମଧ୍ୟରେ ଶେଷ ହୋଇଛି ।

Narendra Modi

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ ପ୍ରାୟ ସାଢେ 11.30 ଟା ବେଳେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ । ଫେବୃଆରୀ 29, 2020 ରେ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

296 କିଲୋମିଟର ଲମ୍ବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରୁ ସାତଟି ଜିଲ୍ଲା ଉପକୃତ ହେବେ । ଏହା ଚିତ୍ରାକୂଟ ଜିଲ୍ଲାର ଭରତକୂପ ନିକଟ ଗୋଣ୍ଡା ଗ୍ରାମରେ NH-35 ରୁ ଇଟାୱା ଜିଲ୍ଲାର କୁଦରୈଲ ଗ୍ରାମ ପର୍ଯ୍ୟନ୍ତ ବ୍ୟାପିଛି, ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶିଛି । ଏହା ଚିତ୍ରକୂଟ, ବାନ୍ଦା, ମହୋବା, ହମିରପୁର, ଜାଲୌନ୍, ଔରୈୟା ଏବଂ ଇଟାୱା ଜିଲ୍ଲା ଦେଇ ଯାଉଛି ।
ପିଏମଓ କହିଛି ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଏହି ଅଞ୍ଚଳରେ ସଂଯୋଗକୁ ସୁଦୃଢ କରିବା ସହିତ ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବ । ପିଏମଓ ଅନୁଯାୟୀ, ଏକ୍ସପ୍ରେସୱେ ପାଖରେ ଥିବା ବୃନ୍ଦା ଏବଂ ଜାଲାଉନ୍ ଜିଲ୍ଲାରେ ଶିଳ୍ପ କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+