ସୁପ୍ରିମକୋର୍ଟରେ ପହଞ୍ଚିଲା ପିଏମ ମୋଦୀଙ୍କ ସୁରକ୍ଷାରେ ଅବହେଳା ମାମଲା, ସିଜେଆଇ ତଦନ୍ତ ଦାବି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଅବହେଳା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ସାମ୍ନାରେ ଏକ ଆବେଦନ କରାଯାଇଛି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଅବହେଳା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ସାମ୍ନାରେ ଏକ ଆବେଦନ କରାଯାଇଛି । ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂହ ତାଙ୍କ ଆବେଦନରେ ପଞ୍ଜାବରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭେନକୁ ଅଟକାଇବା ଏବଂ ଫେରିବା ଘଟଣାର ତଦନ୍ତ କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ।

ବରିଷ୍ଠ ଓକିଲ ମନିନ୍ଦର ସିଂହ ତାଙ୍କ ଆବେଦନରେ କହିଛନ୍ତି, ଭବିଷ୍ୟତରେ ଏଭଳି ଘଟଣା ଯେପରି ନହୁଏ ସେଥିପାଇଁ ସୁନିଶ୍ଚିତ କରାଯିବା ଉଚିତ୍ । ସୁପ୍ରିମକୋର୍ଟ ମନିନ୍ଦର ସିଂହଙ୍କୁ ଏହି ଆବେଦନର ଏକ ନକଲ କେନ୍ଦ୍ର ଏବଂ ପଞ୍ଜାବ ସରକାରଙ୍କୁ ପ୍ରଦାନ କରିବାକୁ କହିଛନ୍ତି । ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ହେଲିକପ୍ଟର ଯୋଗେ ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲକୁ ଯିବା ପାଇଁ ବଠିଣ୍ଡା ବିମାନରେ ପହଞ୍ଚିଥିଲେ । ପରେ ଖରାପ ପାଗ ଯୋଗୁଁ ସଡ଼କ ପଥରେ ଯିହାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ କନଭେନକୁ ଫିରୋଜପୁର ଫ୍ଲାଏ ଓଭରରେ ବିକ୍ଷୋଭକାରୀମାନେ ଅବରୋଧ କରିଥିଲେ । 15-20 ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀ ଫ୍ଲାଏ ଓଭରରେ ଅଟକି ରହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏହାକୁ ଗୁରୁତର ଭାବେ ଗ୍ରହଣ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ଏକ ରିପୋର୍ଟ ମାଗିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭେନକୁ ଅଟକାଇବା ଏବଂ ସୁରକ୍ଷା ବ୍ୟବସ୍ଥାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ ଦଳ ଗଠନ କରିଛନ୍ତି । ଏହି ଅନୁସନ୍ଧାନକାରୀ ଦଳ ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବେ । ତେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ବୁଧବାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ଅବହେଳା କରାଯାଇ ନାହିଁ ।












Click it and Unblock the Notifications