26/11 ବାର୍ଷିକୀରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ ଆତଙ୍କବାଦୀ : ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଏବଂ ଏନଏସଏଙ୍କ ବୈଠକ
ବୈଠକ ପରେ ପ୍ରଧାନମନ୍ତ୍ରୀ ନାଗ୍ରୋଟା ଆତଙ୍କବାଦୀଙ୍କର ପାକ୍ ଲିଙ୍କକୁ ନେଇ ଖୋଲାଖୋଲି ଟ୍ୱିଟ୍ କରି ଲେଖିଛନ୍ତି, ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି |
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ନାଗ୍ରୋଟା ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ ଏକ ବୈଠକ କରିଛନ୍ତି | ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ଏବଂ ଗୁପ୍ତଚର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରି ସମଗ୍ର ଏନକାଉଣ୍ଟର ସମ୍ପର୍କରେ ପଚାରି ବୁଝିଛନ୍ତି | ଏହି ଆତଙ୍କବାଦୀଙ୍କ ଏକ ବଡ଼ ଆକ୍ରମଣ ଷଡଯନ୍ତ୍ର ବିଷୟରେ ଆଲୋଚନା ହୋଇଛି |
ବୈଠକ ପରେ ପ୍ରଧାନମନ୍ତ୍ରୀ ନାଗ୍ରୋଟା ଆତଙ୍କବାଦୀଙ୍କର ପାକ୍ ଲିଙ୍କକୁ ନେଇ ଖୋଲାଖୋଲି ଟ୍ୱିଟ୍ କରି ଲେଖିଛନ୍ତି, ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି |
Neutralising of 4 terrorists belonging to Pakistan-based terrorist organisation Jaish-e-Mohammed and the presence of large cache of weapons and explosives with them indicates that their efforts to wreak major havoc and destruction have once again been thwarted.
— Narendra Modi (@narendramodi) November 20, 2020
26/11 ବାର୍ଷିକୀରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଆତଙ୍କବାଦୀଙ୍କୁ ନାଗ୍ରୋଟା ଠାରେ ଗୁରୁବାର ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ନିହତ କରିଛନ୍ତି | ସରକାରୀ ସୂତ୍ର ଅନୁଯାୟୀ, 26/11 ଆକ୍ରମଣର ବାର୍ଷିକୀ ଅବସରରେ ଏହି ଆତଙ୍କବାଦୀମାନେ ଦେଶରେ ଏକ ବଡ଼ ଆକ୍ରମଣର ଷଡଯନ୍ତ୍ର କରିଥିଲେ | କିନ୍ତି ଏହା ପୂର୍ବରୁ ସେମାନେ ସୁରକ୍ଷା ବାହିନୀ ହାତରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି |

ଗୁରୁବାର ଗୁଳିଗୋଳା ଭର୍ତ୍ତି ଏକ ଟ୍ରକରେ 4ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନାଗ୍ରୋଟାସ୍ଥିତ ଟୋଲ ପ୍ଲାଜା ନିକଟରେ ଏନକାଉଣ୍ଟର କରିଥିଲା | ଜାମ୍ମୁ କାଶ୍ମୀରର ଆଇଜି ମୁକେଶ ସିଂ କହିଛନ୍ତି ଯେ ଆତଙ୍କବାଦୀଙ୍କ ନିକଟରୁ 11ଟି AK-47 ରାଇଫଲ, ତିନୋଟି ପିସ୍ତଲ, 29 ଗ୍ରେନେଡ, ମୋବାଇଲ୍ ଫୋନ୍, ଗୁଳି ଜବତ କରାଯାଇଛି |
ଆତଙ୍କବାଦୀମାନେ ଉପତ୍ୟକାକୁ ଯାଉଥିବା ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ | ଜାମ୍ମୁ କାଶ୍ମୀରର ଆଇଜି ସିଂ କହିଛନ୍ତି ଯେ ଡିଡିସି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି, ସେବେଠାରୁ ଆମର ଗୁପ୍ତଚରଙ୍କ ନିକଟରୁ ଇନପୁଟ ଆସୁଥିଲା | ଆମେ ସୂଚନା ପାଇଥିଲୁ ଯେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ସୁରକ୍ଷା ବାହିନୀ ଟୋଲ ପ୍ଲାଜା ନିକଟରେ ଯାଞ୍ଚ କରୁଥିଲା | ଚେକ୍ ପୋଷ୍ଟରେ ସୁରକ୍ଷା ବାହିନୀ ଟ୍ରକ୍ ଆଡକୁ ଯିବା ମାତ୍ରେ ସେମାନେ ଭିତରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହାର ଜବାବରେ ସୁରକ୍ଷା ବାହିନୀ ସମସ୍ତଙ୍କୁ ହତ୍ୟା କରିଥିଲେ |
ବୈଠକ ପରେ ପ୍ରଧାନମନ୍ତ୍ରୀ ନଗରୋଟା ଆତଙ୍କବାଦୀଙ୍କର ପାକ୍ ଲିଙ୍କକୁ ନେଇ ଖୋଲାଖୋଲି ଟ୍ୱିଟ୍ କରିଛନ୍ତି । ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସୁରକ୍ଷା ବଳ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ।












Click it and Unblock the Notifications