For Quick Alerts
Turn On Notification  
For Daily Alerts
Oneindia App Download

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଲେ କରୋନା ଟିକା । ଦ୍ୱୀତିୟ ପର୍ଯ୍ୟାୟ ଟୀକାକରଣ ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

|

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଲେ କରୋନା ଟିକା । ଦ୍ୱୀତିୟ ପର୍ଯ୍ୟାୟ ଟୀକାକରଣ ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । 'ଭାରତ ବାୟୋଟେକ୍‌' ଏବଂ 'ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ' (ଆଇସିଏମ୍‌ଆର୍‌) ଦ୍ୱାରା ସ୍ୱଦେଶରେ ପ୍ରସ୍ତୁତ 'କୋଭାକ୍ସିନ୍‌' ଟୀକା ଦିଆଯାଇଛି । ପୁଡୁଚେରୀର ସେବିକା ପି. ନିଭେଦା ମୋଦୀଙ୍କୁ ଟିକା ଲଗାଇଛନ୍ତି ।

Narendra-Modi
ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, 'ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛି । କରୋନା ବିରୋଧରେ ଲଢେଇ କରିବା ପାଇଁ ଡାକ୍ତର ଓ ବୈଜ୍ଞାନିକ ମାନଙ୍କ କାର୍ଯ୍ୟ ପ୍ରଶଂସନୀୟ । ଯେଉଁମାନେ ଟିକା ନେବାକୁ ଯୋଗ୍ୟ, ସେମାନେ ଟିକା ନେବା ସହ ମିଳିମିଶି ଭାରତକୁ କରୋନା ମୁକ୍ତ କରିବା ।'

ଆଜିଠୁ ସାରାଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣଜାରି ରହିଛି । ୧୦ ହଜାର ସରକାରୀ କେନ୍ଦ୍ର ଓ 20 ହଜାର ଘରୋଇ ହସପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ପର୍ଯ୍ୟାୟରେ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବ । ଏହି ଅଭିଯାନରେ60ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ଟିକା ନେବେ । ଏଥିପାଇଁ ଲୋକେ ସୋମବାର ଅର୍ଥାତ୍‌ ଆଜି ସକାଳ 9ଟାରେ ଖୋଲିବାକୁ ଥିବା ସରକାରଙ୍କ Co-WIN2.0 ପୋର୍ଟାଲ୍‌ରେ ('କୋ-ଓ୍ଵିନ୍‌୨.୦) ନାମ ପଞ୍ଜିକରଣ କରାଇପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi took the first dose of vaccine against COVID-19 today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X