କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଲେ କରୋନା ଟିକା । ଦ୍ୱୀତିୟ ପର୍ଯ୍ୟାୟ ଟୀକାକରଣ ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଲେ କରୋନା ଟିକା । ଦ୍ୱୀତିୟ ପର୍ଯ୍ୟାୟ ଟୀକାକରଣ ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । 'ଭାରତ ବାୟୋଟେକ୍‌' ଏବଂ 'ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ' (ଆଇସିଏମ୍‌ଆର୍‌) ଦ୍ୱାରା ସ୍ୱଦେଶରେ ପ୍ରସ୍ତୁତ 'କୋଭାକ୍ସିନ୍‌' ଟୀକା ଦିଆଯାଇଛି । ପୁଡୁଚେରୀର ସେବିକା ପି. ନିଭେଦା ମୋଦୀଙ୍କୁ ଟିକା ଲଗାଇଛନ୍ତି ।

Narendra-Modi
ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, 'ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛି । କରୋନା ବିରୋଧରେ ଲଢେଇ କରିବା ପାଇଁ ଡାକ୍ତର ଓ ବୈଜ୍ଞାନିକ ମାନଙ୍କ କାର୍ଯ୍ୟ ପ୍ରଶଂସନୀୟ । ଯେଉଁମାନେ ଟିକା ନେବାକୁ ଯୋଗ୍ୟ, ସେମାନେ ଟିକା ନେବା ସହ ମିଳିମିଶି ଭାରତକୁ କରୋନା ମୁକ୍ତ କରିବା ।'

ଆଜିଠୁ ସାରାଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣଜାରି ରହିଛି । ୧୦ ହଜାର ସରକାରୀ କେନ୍ଦ୍ର ଓ 20 ହଜାର ଘରୋଇ ହସପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ପର୍ଯ୍ୟାୟରେ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବ । ଏହି ଅଭିଯାନରେ60ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ଟିକା ନେବେ । ଏଥିପାଇଁ ଲୋକେ ସୋମବାର ଅର୍ଥାତ୍‌ ଆଜି ସକାଳ 9ଟାରେ ଖୋଲିବାକୁ ଥିବା ସରକାରଙ୍କ Co-WIN2.0 ପୋର୍ଟାଲ୍‌ରେ ('କୋ-ଓ୍ଵିନ୍‌୨.୦) ନାମ ପଞ୍ଜିକରଣ କରାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+