'ଆତ୍ମ ନିର୍ଭର ଭାରତ ନିର୍ମାଣ ଆମର ସ୍ୱପ୍ନ', ମନ୍ କି ବାତ୍କା ରେ ଭୋକାଲ ଫର୍ ଲୋକାଲ୍ କୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ମନ୍ କି ବାତ୍ରେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ଥାନୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ୱପ୍ନ ବୋଲି କହିଛନ୍ତି ମୋଦୀ ।
ରବିବାର (ଅକ୍ଟୋବର 29) ରେ ମନ କି ବାତର 106 ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ପାର୍ବଣ ଋତୁରେ ସ୍ଥାନୀୟ ଉତ୍ପାଦ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ଆମ ପର୍ବରେ ଆମର ପ୍ରାଥମିକତା 'ଭୋକାଲ୍ ଫର୍ ଲୋକାଲ୍' ହେବା ଉଚିତ । ଆସନ୍ତୁ ସେହି ସ୍ୱପ୍ନକୁ ପୂରଣ କରିବା, ଆମର ସ୍ୱପ୍ନ ହେଉଛି 'ଆତ୍ମନିର୍ଭରଶୀଳ ଭାରତ' ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଏଥର ଆସନ୍ତୁ କେବଳ ଏଭଳି ଦ୍ରବ୍ୟ ସହିତ ଘରକୁ ଆଲୋକିତ କରିବା, ଯେଉଁଥିରେ ମୋର ଜଣେ ଦେଶବାସୀଙ୍କ ପରିଶ୍ରମ ରହିଛି ।
ପିଏମ ମୋଦୀ କହିଛନ୍ତି, 'ଅନେକ ବଡ ବ୍ରାଣ୍ଡ ଏଠାରେ ସେମାନଙ୍କ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି । ଯଦି ଆମେ ସେହି ଉତ୍ପାଦଗୁଡିକ ଗ୍ରହଣ କରୁ, ତେବେ ମେକ୍ ଇନ୍ ଇଣ୍ଡିଆ ପ୍ରୋତ୍ସାହନ ମିଳେ । ଏପରି ଉତ୍ପାଦ କିଣିବାବେଳେ ଆମେ ଆମ ଦେଶ ପାଇଁ ଗର୍ବ ଅନୁଭବ କରିପାରିବା ।
ଦିଲ୍ଲୀର କନ୍ନଟ ପ୍ଲେସ୍ରେ ଗୋଟିଏ ଖଦୀ ଷ୍ଟୋରରୁ ଗୋଟିଏ ଦିନରେ ଦେଢ କୋଟିରୁ ଅଧିକ ଟଙ୍କାର ଖଦୀ ସାମଗ୍ରୀ ବିକ୍ରୀ ହୋଇଛି । ସେ କହିଛନ୍ତି ଏହି ମାସରେ ଚାଲୁ ରହିଥିବା ଖଦୀ ମହୋତ୍ସବରେ ପୁଣି ଥରେ ଖଦୀ ବିକ୍ରୀ ରେକର୍ଡ ଟପିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି କୌଣସି ବି ସାମଗ୍ରୀ କିଣିବା ସମୟରେ ୟୁପିଆଇର ଉପଯୋଗ କରନ୍ତୁ । ଏହାକୁ ଜୀବନର ଏକ ଅଭ୍ୟାସ ଭାବରେ ଆପଣାଇବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
୩୧ ଅକ୍ଟୋବର ଦିନର ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି । ଏହିଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅଟେ । ସମସ୍ତ ଭାରତବାସୀ ଶ୍ରଦ୍ଧାପୂର୍ବକ ତାଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ସେ ନିବେଦନ କରିଛନ୍ତି ।












Click it and Unblock the Notifications