ସେପ୍ଟେମ୍ବର ଶେଷ ସୁଦ୍ଧା ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ସେପ୍ଟେମ୍ବର ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିପାରନ୍ତି । ଏହି ଗସ୍ତ ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ପାରନ୍ତି ।
ନୂଆଦିଲ୍ଲୀ : ସେପ୍ଟେମ୍ବର ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିପାରନ୍ତି । ଏହି ଗସ୍ତ ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ପାରନ୍ତି । ଯଦିଓ ଏପର୍ଯ୍ୟନ୍ତ ଏହି ଯାତ୍ରା ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, କିନ୍ତୁ ANI ଖବର ଅନୁଯାୟୀ ଏହି ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି । ସୂତ୍ରରୁ ପ୍ରକାଶ ଯେ ଏହି ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି । ଖୁବ୍ ଶୀଘ୍ର ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ 23 ଏବଂ 24 ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯାଇପାରନ୍ତି । ଏହି ଦୁଇ ଦିନରେ ସେ ପ୍ରଥମେ ୱାଶିଂଟନରେ ଜୋ ବାଇଡେନଙ୍କୁ ଭେଟିପାରନ୍ତି ଏବଂ ପରେ ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନରେ ଯୋଗ ଦେହାର କାର୍ଯ୍ୟକ୍ରମ ରହିଛି ।
ଆମେ ଆପଣଙ୍କୁ କହିରଖୁଛୁ ପ୍ରଧାନମନ୍ତ୍ରୀ ମୋଦୀ ଯଦି ଆମେରିକା ଯାଆନ୍ତି, ତେବେ 2 ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 2019 ରେ ଆମେରିକା ଗସ୍ତ କରିଥିଲେ । ସେତେବେଳେ ସେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ 'ହାଓଡି ମୋଦୀ' କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ସାକ୍ଷାତ ହେବ । ଚଳିତ ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଇଡେନ ପୂର୍ବରୁ G7 ବୈଠକରେ ସାକ୍ଷାତ କରିଥିଲେ । ଏଥି ସହିତ ଜୋ ବାଇଡେନର ରାଷ୍ଟ୍ରପତି ହେବା ପରେ ପିଏମ ମୋଦୀ ତାଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଥିଲେ ।












Click it and Unblock the Notifications