Get Updates
Get notified of breaking news, exclusive insights, and must-see stories!

ଦୁନିଆର 13 ଜଣ ପ୍ରମୁଖ ନେତାଙ୍କୁ ପଛରେ ପକାଇ ପୁଣି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଗ୍ଲୋବାଲ୍ ରେଟିଂ ଏଜେନ୍ସି ମର୍ଣ୍ଣିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଟିଂ 71 ପ୍ରତିଶତ ରହିଛି ।

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଗ୍ଲୋବାଲ୍ ରେଟିଂ ଏଜେନ୍ସି ମର୍ଣ୍ଣିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଟିଂ 71 ପ୍ରତିଶତ ରହିଛି । ଏହି ତାଲିକାରେ ମୋଦୀ ଦୁନିଆର 13 ଜଣ ପ୍ରମୁଖ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେଜ୍ ଲୋପୋଜ ଓବ୍ରାଡୋର ।

Narednra Modi

ବିଶ୍ୱର ପ୍ରମୁଖ ନେତାଙ୍କ ବିଷୟରେ କହିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ତାଲିକାରେ 43 ରେଟିଂ ପାଇଛନ୍ତି । ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ 26% ରେଟିଂ ରହିଛି । 60 ରେଟିଂ ସହିତ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରୋଘୀ ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ପଞ୍ଚମ ସ୍ଥାନରେ ଜର୍ମାନୀର ଆଲ୍ଫ ସ୍କୋଲଜ, ଷଷ୍ଠ ସ୍ଥାନରେ କାନାଡାର ଜଷ୍ଟିନ ଟ୍ରୁଡୋ ଅଛନ୍ତି ।

ମର୍ଣ୍ଣିଂ କନ୍ସଲ୍ଟର ୱେବସାଇଟ୍ ଅନୁଯାୟୀ, ଏଥିରେ ପ୍ରତ୍ୟେକ ଦେଶର ବୟସ୍କ ନାଗରିକଙ୍କୁ ପ୍ରଶ୍ନ ପଚରାଯାଇଥିଲା, ପ୍ରତ୍ୟେକ ଦେଶର ନମୁନା ଆକାର ଭିନ୍ନ ଥିଲା । ଏହାପୂର୍ବରୁ ମେ 2020 ରେ ପିଏମ ମୋଦୀଙ୍କ ରେଟିଂ 84 ପ୍ରତିଶତ ଥିଲା । କିନ୍ତୁ ମେ 2021 ରେ ଏହା 63 ପ୍ରତିଶତକୁ ଖସି ଆସିଥିଲା । କିନ୍ତୁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରେଟିଂ 71 ପ୍ରତିଶତକୁ ବୃଦ୍ଧି ପାଇଛି । ସର୍ବଭାରତୀୟ ଅନୁମୋଦନ ମୂଲ୍ୟାୟନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ନଭେମ୍ବର 2021 ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରେଟିଂ ସର୍ବାଧିକ ଥିଲା ।

ଏଜେନ୍ସି ଅନ୍ୟ ଏକ ଆଧାରରେ ଜନସାଧାରଣଙ୍କ ମତାମତ ଲୋଡିଥିଲା, ଲୋକଙ୍କୁ ପଚରାଯାଇଥିଲା ଯେ ସେମାନଙ୍କ ଦେଶ ସଠିକ୍ ଦିଗରେ ଗତି କରୁଛି କି ? ଏଥିରେ ଅଂଶଗ୍ରହଣ କରିଥିବା 71 ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଭାରତ ସଠିକ୍ ଦିଗରେ ଗତି କରୁଛି । ଆମେ ଆପଣଙ୍କୁ କହି ରଖୁଛୁ ମର୍ଣ୍ଣିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ନେତାଙ୍କ ଅନୁମୋଦନ ମୂଲ୍ୟାୟନ ଏବଂ ବିଶ୍ୱ ସ୍ତରରେ ସେମାନଙ୍କ ସହ ଜଡିତ ବିବାଦକୁ ଟ୍ରାକ୍ କରେ । ଏହା ବର୍ତ୍ତମାନ 13 ଟି ଦେଶରେ କାର୍ଯ୍ୟ କରୁଛି । ଯେଉଁଥିରେ ଭାରତ, ଅଷ୍ଟ୍ରେଲିଆ, ଜାପାନ, ଆମେରିକା, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ୍, ବ୍ରିଟେନ ଅନ୍ତର୍ଭୁକ୍ତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+