ଯବାନଙ୍କ ମଧ୍ୟରେ ନୌରେଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ କହି ସାହସିକତାକୁ କଲେ ସ୍ମରଣ
ଦେଶର ଯବାନଙ୍କ ସହ ଦୀପାବଳୀ ପାଳନ କରିବାକୁ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜୌରୀର ନୌଶେରା ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦିପାବଳୀ ପାଳନ କରିବେ । ଏହା ସହିତ ଫରୱାର୍ଡ ପୋଷ୍ଟ ପରିଦର୍ଶନ ମଧ୍ୟ କରିବେ ।
ନୂଆଦିଲ୍ଲୀ : ଦେଶର ଯବାନଙ୍କ ସହ ଦୀପାବଳୀ ପାଳନ କରିବାକୁ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜୌରୀର ନୌଶେରା ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦିପାବଳୀ ପାଳନ କରିବେ । ଏହା ସହିତ ଫରୱାର୍ଡ ପୋଷ୍ଟ ପରିଦର୍ଶନ ମଧ୍ୟ କରିବେ ।

ନୌଶେରା ଠାରେ ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ପରେ ଶତ୍ରୁମାନେ ଏହାକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ମୁଁ ଖୁସି ଯେ ନୌଶେରାର ସାହସୀମାନଙ୍କ ସାହସିକତା ହେତୁ ସମସ୍ତ ଷଡଯନ୍ତ୍ର ବିଫଳ ହୋଇଥିଲା । ଭାରତୀୟ ସେନାର ଶକ୍ତି ଶତ୍ରୁ ଜାଣିଛନ୍ତି । ଦେଶ ରକ୍ଷା କରୁଥିବା ସୈନିକମାନଙ୍କୁ ମୁଁ ନମସ୍କାର କରୁଛି ।
ଏହି ସମୟରେ ପିଏମ ମୋଦୀ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ କହି ସେନାର ସାହାସିକତାକୁ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକରେ ବ୍ରିଗେଡ୍ ଯେଉଁ ଭୂମିକା ଗ୍ରହଣ କରିଛି ତାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି ।
ଯବାନଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବଜେଟର ପ୍ରାୟ 65% ଦେଶରେ କ୍ରୟ ପାଇଁ ଖର୍ଚ୍ଚ ହେଉଛି । ଆଜି ଦେଶ ଭିତରେ ଅର୍ଜୁନ ଟ୍ୟାଙ୍କ୍ ପ୍ରସ୍ତୁତ କରାଯାଉଛି, ତେଜସ୍ ଭଳି ବିମାନ ମଧ୍ୟ ଦେଶ ଭିତରେ ତିଆରି କରାଯାଉଛି । ବିଜୟାଦଶାମୀରେ 7 ଟି 'ପ୍ରତିରକ୍ଷା କମ୍ପାନୀ' ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ସେ ଆହୁରି କହିଥିଲେ ଯେ ଆଜି ଆମକୁ ପରିବର୍ତ୍ତିତ ଦୁନିଆ, ଯୁଦ୍ଧର ପରିବର୍ତ୍ତିତ ପ୍ରକୃତି ସହିତ ଆମର ସାମରିକ ଶକ୍ତି ବୃଦ୍ଧି କରିବାକୁ ପଡିବ । ଏହାକୁ ମଧ୍ୟ ନୂତନ ଶକ୍ତି ସହିତ ଗଢିବାକୁ ପଡିବ । ଦୁନିଆରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ଅନୁଯାୟୀ ଆମକୁ ଆମର ପ୍ରସ୍ତୁତିକୁ ଅନୁକୂଳ କରିବାକୁ ପଡିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେନାରେ ଯୋଗଦେବା ଆପଣଙ୍କ ପାଇଁ ଚାକିରୀ ନୁହେଁ । ପ୍ରଥମ ତାରିଖରେ ଦରମା ଆସିବ, ଆପଣ ଏଥିପାଇଁ ଆସିନାହାଁନ୍ତି । ସେନାରେ ଯୋଗଦେବା ଆପଣମାନଙ୍କ ପାଇଁ ଏକ ସାଧନା, ଯେପରି ସାଧୁ ମାନେ ସାଧନା କରୁଥିଲେ, ମୁଁ ଆପଣଙ୍କ ହୃଦୟରେ ସେହି ସାଧନାକରୀଙ୍କ ରୂପ ଦେଖୁଛି । ଆପଣ ମା ଭାରତୀଙ୍କ ସାଧନା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସେନା କର୍ମୀଙ୍କୁ ନୌଶେରାରେ ଭେଟି ସମ୍ମାନିତ କରିଥିଲେ । ଏହି ସମୟରେ ସେନା ସୈନିକମାନଙ୍କୁ ମିଠା ଖୁଆଇ ଦିପାବଳୀ ମଧ୍ୟ ପାଳନ କରିଥିଲେ ।












Click it and Unblock the Notifications