ସିଞ୍ଜୋ ଆବେଙ୍କ ରାଜ୍ୟ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଜାପାନର ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସକାଳେ ଜାପାନର ଟୋକିଓରେ ପହଞ୍ଚିଛନ୍ତି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ ।
ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସକାଳେ ଜାପାନର ଟୋକିଓରେ ପହଞ୍ଚିଛନ୍ତି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ । ଆଜି ସକାଳେ ଟ୍ୱିଟ୍ କରି ଟୋକିଓରେ ପହଞ୍ଚିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।

ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିଶ୍ୱସ୍ତରୀୟ ନେତାଙ୍କ ସହ ଯୋଗଦେବେ । ବିମାନରୁ ଓହ୍ଲାଇବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ ମୁଁ ଟୋକିଓରେ ପହଞ୍ଚିଛି । ସେ ଜାପାନୀ ଭାଷାରେ ମଧ୍ୟ ସମାନ ଟ୍ୱିଟ୍ ପୋଷ୍ଟ କରିଛନ୍ତି ।
ମଙ୍ଗଳବାର ଦିନ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ 20 ରୁ ଅଧିକ ରାଜ୍ୟ ତଥା ସରକାରଙ୍କ ମୁଖ୍ୟଙ୍କ ସମେତ 100 ରୁ ଅଧିକ ଦେଶର ପ୍ରତିନିଧୀ ଯୋଗଦେବେ ବୋଲି ଆଶା କରାଯାଉଛି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଜାପାନର ବୈଦେଶିକ ନୀତିରେ ନବୀକରଣ କରିଥିଲେ ଯେଉଁଥିରେ ଭାରତ ସହ ସମ୍ପର୍କ ଯଥେଷ୍ଟ ଉନ୍ନତ ହୋଇଥିଲା । ଜୁଲାଇ 8 ରେ ଦକ୍ଷିଣ ଜାପାନର ନାରା ସହରରେ ଏକ ଅଭିଯାନ ଅଭିଭାଷଣରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏହାପୂର୍ବରୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ମୋର ପ୍ରିୟ ବନ୍ଧୁ ତଥା ଭାରତ-ଜାପାନ ବନ୍ଧୁତ୍ୱର ମହାନ ଚାମ୍ପିଅନ୍ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଦ ଦେବାକୁ ମୁଁ ଆଜି ଟୋକିଓ ଗସ୍ତ କରିବି । ସମସ୍ତ ଭାରତୀୟଙ୍କ ତରଫରୁ ମୁଁ ସିଞ୍ଜୋ ଆବେଙ୍କୁ ହୃଦୟରୁ ସମବେଦନା ଜଣାଉଛି ।












Click it and Unblock the Notifications